ଭଙ୍ଗା କୁଡିଆରେ ବିତୁଛି ମାଆ ଓ ଝିଅଙ୍କ ଜୀବନ ; ମିଳୁନି ସହାୟତା

ଆଗଲପୁର : ସରକାର ସମସ୍ତ ଗରିବ ପରିବାର ଓ ଅସହାୟ ବିଧାବ ମାନଙ୍କୁ ସହାୟତା ଯୋଗାଇ ଦେବାପାଇଁ ବିଭିନ୍ନ ଯୋଜନାକରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଲେ ତାହା ଆଗଲପୁର ବ୍ଲକରେ ବ୍ୟତିକ୍ରମ ହେଉଥିବା ଦେଖିବାକୁ ମିଳୁଛି। ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତ ଗୁଣ୍ଡୁରୁମୁଣ୍ଡା ଗ୍ରାମରେ ବିଧବା ଲିଙ୍ଗବତୀ ସାହୁ(୬୨) ଓ ତାଙ୍କ ଝିଅ ଅହଲ୍ୟା ସାହୁ(୩୨)ଙ୍କ ଜୀବନ ଭଙ୍ଗା କୁଡିଆରେ ବିତୁଥିବାର ଦେଖିବାକୁ ମିଳୁଛି।

ଗ୍ରମବାସୀଙ୍କ ସୂଚନା ଅନୁଶାରେ, ଗୁଣ୍ଡୁରୁମୁଣ୍ଡାର ଭୁମିହିନ ଲିଙ୍ଗବତୀ ସାହୁଙ୍କ ସ୍ୱାମୀ ସ୍ବର୍ଗତ ବୈଶାଖୁ ସାହୁ ଦିନ ମଜୁରିଆଭାବେ କାର୍ଯକରି ପରିବାର ପୋଷଣ କରୁଥିଲେ। କିନ୍ତୁ ସେ ସାଇକେଲରୁ ପଡି ତଙ୍କାର ଗୋଡ ଭାଙ୍ଗିଯିବାରୁ ମଜୁରି କାମ କରିଯାଇନପାରି ଘରେ ପଡିରହିଥିଲେ। ସେହି ସମୟରେ ସହାୟତା ପାଇବାପାଇଁ ବ୍ଲକ ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲା ମଧ୍ୟ କୌଣସି ସୁଫଳନପାଇଁ ପରିବାର ବୋଝ ଚିନ୍ତାରେ ଗତବର୍ଷ ଆରପାରିକି ଚାଲିଯାଇଥିଲେ। ବୈଶାଖୁ ସାହୁ ଆରପାରିକି ଚାଲିଗଲାପରେ ଏବେ ମାଆ ଓ ଝିଅ ବେସାହାରା ହୋଇପଡିଛନ୍ତି। ଅଭାବ ଅନାଟନରେ ତାଙ୍କର ଝିଅ ଅହଲ୍ୟାକୁ ବିବହା କିପାରି ନ ଥିବାରୁ ଏବେ ମାଆ ଓ ଝିଅ ଦୁହେଁ ଭଙ୍ଗାକୁଡିଆରେ ଜୀବନ ବିତାଉଥିବାର ଦେଖିବାକୁ ମିଳିଛି। ଲିଙ୍ଗବତୀ ସାହୁ ବିଧାବ ଭତ୍ତା ଓ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଖଣ୍ଡିଏ ପାଇଁ ବାରମ୍ବାର ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ତାଙ୍କ ପାଖରେ ରାସନକାର୍ଡ ଥିଲେ ମଧ୍ୟ ଟଙ୍କା ଅଭାବରୁ ପଞ୍ଚାୟତରୁ ଚାଉଳ ଆଣିବା ସକ୍ଷମ ନ ଥିବାରୁ ସେ ରାସନକାର୍ଡରୁ ଚାଉଳ ମଧ୍ୟ ଆଣିପାରୁନାହାନ୍ତି। ଏହି ଅସୁବିଧାକୁଦେଖି ଗ୍ରାମର କେତେ ଜଣଙ୍କ ସହାୟାତାରେ ରାସନକାର୍ଡ ଚାଉଳ ଆଣିଥାନ୍ତି। ଏଣୁ ଗ୍ରମାବସୀ ତରଫରୁ ଉକ୍ତ ମାଆ ଓ ଝିଅକୁ ଅନ୍ତୋଦୟ ଯୋଜନାରେ ସାମିଲ କରିବାପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଉକ୍ତ ବ୍ଲକରେ ଅନେକ ଧନିଶ୍ରେଣୀର ଲୋକ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଉଥିବାବେଲେ ବିଧବା ଭୂମିହୀନ ମହିଳା ଲିଙ୍ଗବତୀ ସାହୁର ନାମ ଏହିତାଲିକାରେ ସ୍ଥାନ ପାଇନ ଥିବାରୁ ପ୍ରଶ୍ନବାଚି ସୃଷ୍ଟି କରିଛି। ଗ୍ରାମସଭା ମାନଙ୍କରେ ଲିଙ୍ଗବତୀର ନାମ ତାଲିକାରେ ଅର୍ନ୍ତଭୁକ୍ତ କରିବାପାଇଁ ଗ୍ରାମବାସୀ ପ୍ରସ୍ତାବ ଦେଉଥିବାବେଲେ ତାହା ବ୍ଲକକୁ ଗଲେ ତାଙ୍କର ନାମ ବାତ ପଡିଯାଉଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ଜିଲାପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଏହି ଗରିବପରିବାରକୁ ସରକାରୀ ଯୋଜନାରେ ସାମିଲକରି ଆବଶ୍ୟକ ସହାୟାତା ଯୋଗଇଦେବାପାଇଁ ଦାବିହେଉଛି।

Comments are closed.