ଆନ୍ଧ୍ରକୁ ଚାଲାଣ ହେଉଥିବା ଶ୍ରମିକ ନାଗପୁର ଜିଆରପି ଦ୍ୱାରା ଉଦ୍ଧାର

ବଲାଙ୍ଗୀର: ବଲାଙ୍ଗୀର ଜିଲାରୁ ଚାଲାଣ ହେଉଥିଲେ ଦାଦନ ଶ୍ରମିକ। ଲାଠୋର, ଖପ୍ରୋଖୋଳ ଅଞ୍ଚଳର ଦାଦନ ଶ୍ରମିକ ମାନଙ୍କୁ ଆନ୍ଧ୍ରର ଜଣେ ସର୍ଦ୍ଦାରର ସହଯୋଗୀ ନେଇ ଯାଉଥିବା ଆନ୍ଧ୍ରପ୍ରଦେଶର ପୈଦାପାଲିକୁ। ସେଠାରେ ଇଟାଭାଟିରେ କାମ କରିବାକୁ ମିଲିଥିଲା ଟଙ୍କାସାଙ୍ଗରେ ମହିଳା, ଶିଶୁ ମାନେ ମଧ୍ୟ ରହିଥିଲେ। କିନ୍ତୁ ଓଡିଶା ପୁଲିସ ଆଖିରେ ଧୁଲିଦେଇ ବେଆଇନ ଭାବେ ଯାଇଥିବା ଏହି ଦାଦନ ଶ୍ରମିକକୁ ସନ୍ଦେହରେ ଅଟକାଇଦେଲା ନାଗପୁର ଜିଆରପି। ଏନେଇ ବଲାଙ୍ଗୀର ପୁଲିସକୁ ଖବର ଦେବା ପରେ ଶ୍ରମିକ ମାନଙ୍କୁ ଉଦ୍ଧାର କରି ବଲାଙ୍ଗୀର ଅଣାଯାଉଥିବା ସୂଚନା ମିଲିଛି।

ବଲାଙ୍ଗିର ଜିଲାରେ ଦାଦନ ସର୍ଦ୍ଦାର ମାନଙ୍କୁ ନାଲିଆଖି ଦେଖାଇଛି ପୁଲିସ। ନିଜେ ପୁଲିସ ଡିଜି ସର୍ଦ୍ଦାର ମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଜିଲା ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। କିଛି ଦିନ ପୂର୍ବରୁ ଖପ୍ରାଖୋଳ, ଲାଠୋର, ବେଲପଡା, କଣ୍ଟାବାଞ୍ଜି ଅଞ୍ଚଳର ଦାଦନ ସର୍ଦ୍ଦାର ମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ବଲାଙ୍ଗିର ପୁଲିସ। ତେବେ ଏହି ଅଭିଯାନ ଗୋଟିଏ ଦିନର ଚଢାଉରେ ସୀମିତ ରହିଥିବା ବେଳେ ଏବେବି ବେଧଡକ ଚାଲାଣ ହେଉଛନ୍ତି ଦାଦନ ଶ୍ରମିକ। ଯାହାର ଏକ ଜ୍ୱଲନ୍ତ ଉଦାହରଣ ହେଉଛି ଚାଲାଣ ବେଲେ ନାଗପୁର ଜିଆରପି ଦ୍ୱାରା ଓଡିଆ ଦାଦନ ଶ୍ରମିକ ଉଦ୍ଧାର ହେବା ଘଟଣା। ବିଶ୍ୱସ୍ତ ସୂତ୍ରରୁ ମିଲିଥିବା ସୂଚନା ଅନୁସାରେ ଗତ ଦୁଇ ଦିନ ତଲେ ଲାଠୋର ଓ ଖପ୍ରୋଖୋଳ ଅଞ୍ଚଳର ୨୦ଜଣ ଦାଦନ ଶ୍ରମିକ ବାହାରିଥିଲେ ରାଜ୍ୟ ବାହାରକୁ କାମ କରିବା ପାଇଁ। ବଏନା ଟଙ୍କା ନେଇ ଏହି ଶ୍ରମିକ ମାନେ ଆନ୍ଧ୍ରପ୍ରଦେଶର ପୈଦାପୁର ଅଭିମୁଖେ ବାହାରିଥିଲେ। ମଙ୍ଗଳବାର ଭୋରରୁ ନାଗପୁର ଏହି ଶ୍ରମିକ ମାନେ ପହଞ୍ଚିବା ପରେ ଏନେଇ ଜିଆରପି ସୂଚନା ପାଇଥିଲା। ଏହି ଶ୍ରମିକ ମାନଙ୍କୁ ରେଳଷ୍ଟେସନରୁ ଉଦ୍ଧାର କରି ପଚରାଉଚୁରା କରିଥିଲା ନାଗପୁର ଜିଆରପି। ଏହି ଶ୍ରମିକ ମାନେ ବଲାଙ୍ଗିର ଜିଲାର ହୋଇଥିବା ବେଳେ ଏଥିରେ ଆଠଜଣ ପୁରୁଷ, ସାତଜଣ ମହିଳା, ଚାରିଜଣ ଶିଶୁ ଥିବା ବେଳେ ଚାଲାଣ କରୁଥିବା ଜଣେ ଦାଦଦ ସର୍ଦ୍ଦାରର ସହଯୋଗୀ ସେମାନଙ୍କ ସହ ଥିବା ଜିଆରପି ଜାଣିବା ପରେ ବଲାଙ୍ଗୀର ପୁଲିସକୁ ଖବର ଦେଇଥିଲା। ବଲାଙ୍ଗିର ପୁଲିସର ଏକ ଟିମ ବୁଧବାର ନାଗପୁରରେ ପହଞ୍ଚିଥିବା ବେଳେ ଶ୍ରମିକ ମାନଙ୍କୁ ଉଦ୍ଧାର କରି ବଲାଙ୍ଗୀର ଆଣୁଥିବା ଜଣାପଡିଛି।

Comments are closed.