ବାଙ୍ଗିରିପୋଷିରେ ବଳାଙ୍ଗୀ ସାଂସ୍କୃତିକ ଜାଗରଣ ଯାତ୍ରାକୁ ସ୍ୱାଗତ

ଦ୍ୱାରଶୁଣି: ମୟୁରଭଞ୍ଜ ଜିଲ୍ଲାରେ ଅବଲୁପ୍ତ ଭାଷା ସାହିତ୍ୟ, କଳା ସଂସ୍କୃତି, ପର୍ଯ୍ୟଟନ ଓ ଐତିହ୍ୟର ପ୍ରଚାର ପ୍ରସାର, ସମୃଦ୍ଧି ତଥା ଲୁକ୍କାୟିତ ପ୍ରତିଭାଙ୍କ ଅନ୍ୱେଷଣ କରିବା ଉଦେଶ୍ୟରେ ମୟୁରଭଞ୍ଜ ଜିଲ୍ଲାର ବୃହତ ଉତ୍ସବ ‘ବଳାଙ୍ଗୀ ମହୋତ୍ସବ’ ପକ୍ଷରୁ ୪ର୍ଥ ବାର୍ଷିକ ସାଂସ୍କୃତିକ ଜାଗରଣ ଯାତ୍ରା ଓ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତି ରଥର ଜିଲ୍ଲା ପରିକ୍ରମା ଆରମ୍ଭ ହୋଇଛି। ୩ ଦିନ ଧରି ସମଗ୍ର ଜିଲ୍ଲାର ୪ ଗୋଟି ଉପଖଣ୍ଡକୁ ଏହି ରଥ ପରିକ୍ରମା କରୁଥିବା ବେଳେ ବାରିପଦାରୁ ଆଜି ଏହି ରଥ ଏକ ବିଶାଳ ବାଇକ ରାଲି ସାହାଯ୍ୟରେ ବାରିପଦାରୁ କୁଳିଅଣା, ବମ୍ବେଛକ ଦେଇ ବାଙ୍ଗିରିପୋଷିରେ ପହଞ୍ଚିଥିଲା।

ବାଙ୍ଗିରିପୋଷି ବଜାରରେ ଏହି ରଥ ପ୍ରଥମେ ପହଞ୍ଚିବା ପରେ ବହୁ ଜନସାଧାରଣ ଏହାକୁ ସ୍ୱାଗତ କରିଥିଲେ। ପରେ ଏହି ଯାତ୍ରା ବିଶୋଇ ଅଭିମୁଖେ ଯାଇଥିଲା। ଆସନ୍ତା ଏପ୍ରିଲ ୧୩ ତାରିଖରେ ମୟୁରଭଞ୍ଜ ବାଲି ମେଳା ଭାବରେ ପରିଚିତ ବଳାଙ୍ଗୀ ମହୋତ୍ସବ ୫ ଦିନ ଧରି ଆୟୋଜିତ ହେବ। ତେବେ ଭବ୍ୟ ସମ୍ବର୍ଦ୍ଧନା ବେଳେ ସ୍ଥାନୀୟ ଅଞ୍ଚଳର ସମାଜ ସେବୀ ତଥା ବିଜେପି ଜିଲ୍ଲା ଅଧିବାସୀ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁକୁଦା ମୁର୍ମୁ, ସମାଜ ସେବୀ ବାସୁଦେବ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.