କାଳବୈଶାଖୀ ତାଣ୍ଡବ : ଉପୁଡିଲା ଗଛ, ଭାଙ୍ଗିଲା ଫାର୍ମ

ଭୁବନେଶ୍ବର : ଖୋର୍ଦ୍ଧା ଜିଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ଝିଣ୍ଟିଶାସନରେ ତାଣ୍ଡବ ରଚିଛି କାଳବୈଶାଖୀ। ଭୋର ପ୍ରାୟ ୪ଟାରୁ ପ୍ରବଳ ବର୍ଷା, ପବନ ସାଙ୍ଗକୁ ଘଡଘଡି ଦେଢ଼ଘଣ୍ଟା ଧରି ଜାରି ରହିଥିଲା। ଏହି ବର୍ଷା ଓ ପବନରେ ଝିଣ୍ଟିଶାସନର କିଛି ଅଞ୍ଚଳରେ ଗଛ ଭାଙ୍ଗି ପଡିଥିବାବେଳେ ଆଜ୍‌ବେସ୍‌ଟେସ୍‌ ଓ ମାଟିଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି। କାଳବୈଶାଖି ଯୋଗୁ ଝିଣ୍ଟିଶାସନର ଖଣ୍ଡାୟତ ସାହିରେ ଥିବା ଅଜିତ କୁମାର ପାତ୍ର, ପି-ଚୈତନ୍ୟ ପାତ୍ରଙ୍କ କୁକୁଡା ଫାର୍ମ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଛି। ଏହି ଅଞ୍ଚଳରେ ଅନେକ ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ଡି ପଡିଥିବାରୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଛି। ଯାହା ଫଳରେ ବିଦ୍ୟୁତ ସରବରାହ ବ୍ୟାଘତ ମଧ୍ୟ ହୋଇଥିଲା। ରାତିରେ ପ୍ରବଳ ବର୍ଷା, ପବନ ଓ ଘଡଘଡିର ଭୟଙ୍କର ଶବ୍ଦ ସାଙ୍ଗକୁ ବିଦ୍ୟୁତ୍‌ ସରବରାହରେ ବ୍ୟାଘାତ ଯୋଗୁଁ ଲୋକେ ରାତି ସାରା ହନ୍ତସନ୍ତ ହୋଇଥିଲେ । ପଡିରହିଥିବା ଗଛ ଗୁଡିକୁ କାଟିବା ସହ ରାସ୍ତା ସଫା କରିବା ଫଳରେ ଯାତାୟତ ସ୍ବାଭାବିକ ହୋଇଛି।

Comments are closed.