ବଳଦେବଜୀଉ ମନ୍ଦିର ଖୋଲିବା ପ୍ରସଙ୍ଗ, ଅବସ୍ଥା ଅନୁଯାୟୀ ବ୍ୟବସ୍ଥା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା ବଳଦେବ ଜୀଉ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିବା ପ୍ରସଙ୍ଗରେ ପରିସ୍ଥିତିକୁ ଅନୁଯାୟୀ ପଦକ୍ଷେପ ନେବାକୁ ହାଇକୋର୍ଟ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଯଦି ମନ୍ଦିର ଖୋଲିବା ପାଇଁ ସ୍ଥିତି ଅନୁକୂଳ ରୁହେ ତେବେ ଆବଶ୍ୟକ ସ୍ଥଳେ ରାଜ୍ୟ ସରକାର ନିୟମାବଳୀ ଜାରି କରି ପାରିବେ। ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଆବେଦନକାରୀ ନୃସିଂହ ପତି ଓ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲା ଅନୁଯାୟୀ କେନ୍ଦ୍ର ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେଇଥିବା ବେଳେ ରାଜ୍ୟରେ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲିବାରେ କେଉଁଠି ଅସୁବିଧା ରହିଲା ବୋଲି ପ୍ରଶ୍ନ କରାଯାଇଛି। ଏହି  ମାମଲାରେ ଦର୍ଶାଯାଇଛି ଯେ ଚଲତା ବର୍ଷ ମେ’ ୩୧ରେ କେନ୍ଦ୍ର ସରକାର ଜାରି କରିଥିବା ନିୟମାବଳୀରେ ଜୁନ୍ ୮ରୁ ସାଧାରଣ ଲୋକଙ୍କ ପାଇଁ ଧର୍ମାନୁଷ୍ଠାନ ଖୋଲା ରହିବ ନେଇ ସ୍ପଷ୍ଟ କରିଥିଲେ ମଧ୍ୟ ରାଜ୍ୟ ସରକାର ଜୁଲାଇ ୩୧ରେ ଜାରି ବନ୍ଦ କଟକଣାକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବଳବତ୍ତର ରଖିଥିଲେ।  ଏଭଳି ସ୍ଥିିତିରେ ବଳଦେବ ଜୀଉ ମନ୍ଦିର ଭକ୍ତଙ୍କ ପାଇଁ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ମାମଲାରେ ଦର୍ଶାଯାଇଛି।

Comments are closed.