ଜୟନ୍ତୀ ଅବସରରେ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ, ବାଚସ୍ପତି ଓ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର : ଅମର ଶହୀଦ ବାଜି ରାଉତଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଶ୍ରୀ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି ଯେ – ‘ଓଡ଼ିଶାର ବୀର ସ୍ୱାଧୀନତା ସଂଗ୍ରାମୀ,ଦେଶର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ସ୍ୱାଧୀନତା ପାଇଁ ମାତ୍ର ୧୨ ବର୍ଷ ବୟସରେ ପ୍ରାଣବଳୀ ଦେଇଥିବା ଏହି ଅମର ବୀରଙ୍କ ତ୍ୟାଗ ଓ ବୀରତ୍ୱ ସର୍ବଦା ସ୍ମରଣୀୟ ହୋଇ ରହିବ।’

ରାଜ୍ୟ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ବାଜି ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଟ୍ୱିଟ କରି ସେ କହିଛନ୍ତି ଯେ-‘ଭାରତ ବର୍ଷର ମୁକ୍ତି ସଂଗ୍ରାମରେ ବଳିଦାନ ଦେଇଥିବା ଶହୀଦ ବାଜି ରାଉତଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ନିଜ ମାତୃଭୂମିର ରକ୍ଷା ପାଇଁ ଇଂରେଜ ମାନଙ୍କ ଗୁଳି ଆଗରେ ନିଜ ଛାତି ପାତି ଦେଇଥିଲେ ପଛେ ମୁଣ୍ଡ ନୁଆଁଇ ନଥିଲେ। ତାଙ୍କର ଅଦ୍ୟମ ସାହସ ଓ ତ୍ୟାଗ ସର୍ବଦା ଆମକୁ ପ୍ରେରଣା ଯୋଗାଇବ।’

ସେହିପରି ବାଜି ରାଉତଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ- ‘ଭାରତର କନିଷ୍ଠତମ ଶହୀଦ ତଥା ଓଡ଼ିଶାର ବୀର ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି’।

 

Comments are closed.