ପାଟଣାରେ ଫୁଲୁଛି ବୈତରଣୀ

ପାଟଣା – ୫ ଦିନ ହେଲା ବର୍ଷା ଯୋଗୁଁ ବୈତରଣୀରେ ଜଳସ୍ତର ବୃଦ୍ଧି ପାଉଛି । ବିଭିନ୍ନ ଶାଖା ନଦୀ ଓ ନାଳ ରୁ ପାହାଡିଆ ପାଣି ବୈତରଣୀରେ ମିଶୁଥିବାରୁ ବୈତରଣୀ ଫୁଲୁଥିବା ଦେଖାଯାଇଛି ।ଶନିବାର ସକାଳୁ ପାଟଣା ର ପ୍ରସିଦ୍ଧ ପରମେଶ୍ବର ମନ୍ଦିର ସଂଲଗ୍ନ ଅନସୁୟା ଘାଟର ପାହାଚ ପର୍ଯ୍ୟନ୍ତ ବନ୍ୟା ଜଳ ଛୁଇଁ ଥିବା ଦେଖାଯାଇଥିଲା ତେବେ ଅଞ୍ଚଳ ଟି ପାହାଡିଆ ଓ ବନ୍ୟାଜଳ ତଳ ମୁଣ୍ଡକୁ ଦ୍ରୁତ ଗତିରେ ଯାଉଥିବାରୁ ନଦୀକୂଳିଆ ଙ୍କୁ ବିଶେଷ ଭୟର କାରଣ ନଥିବା ଜଣାପଡିଛି ।

Comments are closed.