ଶ୍ରୀମନ୍ଦିର ବାଇଶିପାହାଚର ହେବ ମରାମତି, ପ୍ରତିଟି ପାହାଚର ମାପଚୁପ ସହ ଯାଞ୍ଚ କରୁଛନ୍ତି ୪ ଜଣିଆ ଏଏସ୍‌ଆଇର ଟିମ୍

ପୁରୀ : ଶ୍ରୀମନ୍ଦିର ବାଇଶିପାହାଚର ହେବ ମରାମତି କରାଯିବ। ଏନେଇ ଆଜି ଶ୍ରୀମନ୍ଦିରରେ ପହଞ୍ଚି ପ୍ରତିଟି ପାହାଚର ମାପଚୁପ ସହ ଯାଞ୍ଚ କରୁଛନ୍ତି  ଏଏସ୍‌ଆଇର ୪ ଜଣିଆ ଟିମ୍ । ଏହି ଟିମ୍‌ ଶ୍ରୀମନ୍ଦିର ବାଇଶିପାହାଚର ପଥର ଗୁଡ଼ିକର ଅନୁଧ୍ୟାନ ପରେ ମରାମତି କରାଯିବ ବୋଲି ଜଣାପଡିଛି। ଏଥି ସହିତ ଯଦି ଯାଞ୍ଚ ସମୟରେ ଶ୍ରୀମନ୍ଦିର ବାଇଶିପାହାଚର କୌଣସି ପଥରରେ କିଛି ତୃଟି ପରିଲକ୍ଷିତ ହୁଏ ତେବେ ପୁରୁଣା ପଥର ବଦଳରେ ନୂଆ ପଥର ଲାଗିବା ପାଇଁ ବ୍ୟବସ୍ଥା କରାଯିବ । ସେହିପରି ମହାଲକ୍ଷ୍ମୀ ମନ୍ଦିର ମରାମତି ନେଇ ମଧ୍ୟ ଏଏସ୍‌ଆଇର ଟିମ୍‌ ଯାଞ୍ଚ କରିବ। ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରି ମରାମତି କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।

Comments are closed.