ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ଡକ୍ଟର ବୈଦ୍ୟନାଥ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର : ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ଡକ୍ଟର ବୈଦ୍ୟନାଥ ମିଶ୍ରଙ୍କର ମଙ୍ଗଳବାର ବିଳମ୍ବିତ ରାତିରେ ଭୁବନେଶ୍ବର ସହିଦ ନଗର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୯ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସ୍ବର୍ଗତ ମିଶ୍ର ଓଡିଶାର ବହୁ ଅନୁଷ୍ଠାନ ସହ ଜଡିତ ଥିଲେ। ସେ ଜଣେ ପ୍ରଖ୍ୟାତ ଶିକ୍ଷାବିତ, ଗବେଷକ ଓ ଅର୍ଥନୀତିଜ୍ଞ ଭାବେ ପରିଚିତ ଥିଲେ।  ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ସହ ଓଡିଶା ଅର୍ଥନୀତିର ବିଭିନ୍ନ ସମସ୍ୟାର ସମାଧାନରେ ତାଙ୍କର ଅନେକ ଅବଦାନ ରହିଛି।

Comments are closed.