ତାଳଧ୍ଵଜରେ ବାହୁଡ଼ିଲେ ବଡ଼ ଠାକୁର

ପୁରୀ: ତିନି ରଥରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରାପହଁରା ପରେ ଆରମ୍ଭ ହୋଇଛି ରଥଟଣା। ପ୍ରଥମେ ତାଳଧ୍ଵଜ ରଥକୁ ସେବାୟତମାନେ ଶ୍ରୀମନ୍ଦିର ଅଭିମୁଖେ ଟାଣି ନେଉଛନ୍ତି। ତାଳଧ୍ଵଜରେ ବାହୁଡୁଛନ୍ତି ବଡ଼ ଠାକୁର ଶ୍ରୀ ବଳଭଦ୍ର। ପରେ ପରେ ଦେବଦଳନ ରଥରେ ଫେରିବେ ଭଉଣୀ ସୁଭଦ୍ରା ଏବଂ ଶେଷରେ ବାହୁଡ଼ିବେ ମହାବାହୁ। ବିନା ଭକ୍ତରେ ବାହୁଡ଼ା ଯାତ୍ରା ଚାଲିଥିବାବେଳେ ବଡ଼ଦାଣ୍ଡ ଖାଁ ଖାଁ ଦିଶୁଛି।

ସକାଳ ସାଢ଼େ ୯ଟା ସୁଦ୍ଧା ଶ୍ରୀ ସୁଦର୍ଶନ ଏବଂ ତିନି ଠାକୁର ପହଣ୍ଡିରେ ରଥାରୂଢ଼ ହୋଇଥିଲେ। ପରେ ରଥରେ ଠାକୁରଙ୍କ ରୀତିନୀତି ସମ୍ପନ୍ନ ହୋଇଥିଲା। ମହାରାଜା ଦିବ୍ୟସିଂହ ଦେବ ରଥରେ ପହଞ୍ଚି ଛେରାପହଁରା କରିଥିଲେ। ଏହା ପରେ ରଥଟଣା ଆରମ୍ଭ ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟ(ମଧ୍ୟାହ୍ନ ୧୨ଟା)ର ୩୫ ମିନିଟ ପୂର୍ବରୁ ଅର୍ଥାତ ୧୧ଟା ୨୫ରୁ ରଥଟଣା ଆରମ୍ଭ ହୋଇଥିଲା।

Comments are closed.