ତିନି ରଥରେ ବିଜେ ଚତୁର୍ଦ୍ଧାମୂର୍ତ୍ତି ; ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଉଛି ନୀତିକାନ୍ତି

ପୁରୀ : ଆଜି ପବିତ୍ର ବାହୁଡା ଯାତ୍ରା । ତିନି ରଥରେ ବିରାଜିତ ହୋଇ ସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ଶ୍ରୀଜୀଉଙ୍କ ପହଣ୍ଡି ବିଜେ। ଆଜି ସକାଳେ କରୋନା କଟକଣା ମଧରେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା। ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତ ମାନେ ସୁଦର୍ଶନଙ୍କ ପହଣ୍ଡି ବିଜେ କରିଥିଲେ। ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ବିଜେ ପରେ ଆରମ୍ଭ ହୋଇଥିଲା ମହାପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ। ପହଣ୍ଡିରେ ଆସି ତାଳଧ୍ୱଜ ରଥରେ ବିଜେ କରିଥିଲେ ମହାପ୍ରଭୁ। ଏହାପରେ ଧାଡି ପହଣ୍ଡିରେ ଦେବୀ ସୁଭଦ୍ରା ଓ ଶେଷରେ ନନ୍ଦିଘୋଷ ରଥରେ ବିରାଜମାନ କରିଥିଲେ ଜଗତରନାଥ ଜଗନ୍ନାଥ। ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି ଶେଷ ହେଉଛି। ରଥାରୁଢ ହେବା ପରେ ଗଜପତି ମହାରାଜା ୩ ରଥରେ ଛେରାପହଁରା କରିଛନ୍ତି।

Comments are closed.