ସ।ମ୍ଭାବ୍ୟ ବର୍ଷା ପାଇଁ ବାଘଲଟି ଜାରିକଲା ସତର୍କ ସୂଚନା

ପାତ୍ରପୁର : ସ।ମ୍ଭ।ବ୍ୟ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା ଦେଖି ବାଘଲଟି ପ୍ରକଳ୍ପ ତରଫରୁ ସତର୍କ ସୂଚନା ଜାରି କରିଛି। ବାଘଲଟି ଜଳ ଭଣ୍ଡାରରେ ଏବେ ନଦୀକୁ ଛାଡିଲା ଭଳି ପାଣି ନଥିବା ବେଳେ ଅଧିକା ପାଣି ଭର୍ତ୍ତି ହେଲେ ନଦୀରେ ପାଣି ଛଡ଼ାଯିବା ନେଇ ସୂଚନା ଜାରି କରିଛି। ବାଘଲଟି ଜଳଭଣ୍ଡାରରେ ଏବେ ୯୬ ମିଟର ପାଣି ରହିଛି। ଜଳଭଣ୍ଡାରରେ ୧୦୧ ମିଟର ପାଣି ରହିଲେ ବଳକା ପାଣି ଜଳ ନିର୍ଗମ ପଥ ଦେଇ ଯିବା ବ୍ୟବସ୍ଥା ରହିଛି। ଏପରିକି ଜଳଭଣ୍ଡାରରେ ୧୦୬ମିଟର ପର୍ଯ୍ୟନ୍ତ ପାଣି ରହିବା କ୍ଷମତା ରହିଛି। ତେବେ ଯଦି ଜଳ ଭଣ୍ଡାର ପାଣି ବୃଦ୍ଧି ପାଇ ୧୦୪ମିଟର ପର୍ଯ୍ୟନ୍ତ ପହଁଚିବ ତାହା ହେଲେ ଉଚ୍ଚକର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ପାଣି ଛାଡିବା ନିଷ୍ପତ୍ତି ନିଆଯିବ ବୋଲି ସ୍ଥିର ହୋଇଛି। ଏଥିପାଇଁ ଜଳସେଚନ ବିଭାଗର ତରଫରୁ ଅଞ୍ଚଳର ବିଭିନ୍ନ ବିଭାଗକୁ ଜନ ପ୍ରତିନିଧିଙ୍କୁ ଜଳ ଛାଡିବା ନେଇ ଅବଗତ କରାଯାଇଛି। ବର୍ଷା ହେଲେ ପରିସ୍ଥିତିକୁ ନେଇ ଯେକୌଣସି ସମୟରେ ନଦୀରେ ପାଣି ଛଡ଼ାଯିବ। ଏହାକୁ ଦୃଷ୍ଟିରେ ରଖି ନଦୀ ତଳିଆ ଗ୍ରାମର ଲୋକମାନେ ଏହି ସମୟରେ ଯାତାୟତ ଗୃହ ପାଳିତ ପଶୁଙ୍କୁ ଛାଡିବା ବେଳେ ସତର୍କତା ଅବଲମ୍ବନ କରିବା ସହିତ କୌଣସି ନିର୍ମାଣ କାର୍ଯ୍ୟ ନକରିବାକୁ ନିବେଦନ କରାଯାଇଛି। ଏହି ସମ୍ପର୍କରେ ବିଭିନ୍ନ ବିଭଗକୁ ଜଣାଇବା ସହ ଡ଼ାକବାଜି ଯୋଗେ ପ୍ରଚାର ଆରମ୍ଭ କରାଯାଇ ଥିବା ନିର୍ବହୀ ଯନ୍ତ୍ରୀ ଇଂସଞ୍ଜୀବ କୁମାର ଦାଶ ଶର୍ମା ସୂଚନା ଦେଇଛନ୍ତି।

Comments are closed.