ପାଟଣା ବ୍ୟାଡମିଣ୍ଟନ ପ୍ରତିଯୋଗିତା, ସମୀର ଓ ନାସୀର ଚମ୍ପିଆନ୍

ପାଟଣା: ସ୍ଵାମ ପାଟଣା ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ ଦୁଇ ଦିନ ଧରି ଅନୁଷ୍ଠିତ ଆନ୍ତଃ ଜିଲ୍ଲା ଆଉଟଡୋର ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଚଳିତ ବର୍ଷ ସ୍ବାମପାଟଣାର ସମୀର ଓ ନାସୀର ଚମ୍ପିୟାନ ହୋଇଛନ୍ତି । ସେହିପରି ସେହି ସ୍ବାମପାଟଣାର ରାଜୁ ଓ ଚିନୁ ରନର୍ସ ଅପ୍ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ଜିଲ୍ଲା ଓ ଜିଲ୍ଲା ବାହାରୁ ୨୪ଟି ଦଳ ଅଂଶ ଗ୍ରହଣ କରିଥିଲେ । ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାଟଣା କଲେଜ କ୍ରୀଡା ଶିକ୍ଷକ ଧର୍ମେନ୍ଦ୍ର କୁମାର ସାହୁ ଓ ସମ୍ମାନୀତ ଅତିଥି ଭାବେ ଶିଳ୍ପପତି ବିବେକାନନ୍ଦ ଦାଶ ଯୋଗ ଦେଇ ଚମ୍ପିୟାନ ଏବଂ ରନର୍ସ ଅପ୍ ଟିମକୁ ପୁରସ୍କାର ପ୍ରଦାନ କରିଥିଲେ । ଆସୋସିଏସନର ସମସ୍ତ ସଦସ୍ୟ କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ ।

Comments are closed.