ମଦ ଦୋକାନ ଆଗରେ ୧୦୮ ଆମ୍ବୁଲାନ୍ସ, ଜଣନ୍ତୁ କାହିଁକି ….

ବଡ଼ସାହି : ମୟୁରଭଞ୍ଜ  ଜିଲା ବଡ଼ସାହି ବୈଶିଙ୍ଗା ଥାନାଅନ୍ତର୍ଗତ  ମାଣତ୍ରୀରେ ଜଣେ ୧୦୮ ଆମ୍ବୁଲାନ୍ସ ଚାଳକ କିଛି ସାଙ୍ଗମାନଙ୍କ ସହ ମଦ ପିଉଥିବାବେଳେ ଧରାପଡ଼ିଛନ୍ତି । ଆମ୍ବୁଲାନ୍ସ ସହ ଚାଳକଙ୍କୁ ଫାଣ୍ଡିରେ ଅଟକ ରଖାଯାଇଛି।

ସୂଚନା ଅନୁଯାୟୀ, ରେମୁଣା ଡ଼ାକ୍ତରଖାନାର ୧୦୮ ଆମ୍ବୁଲାନ୍ସ ଶନିବାର ମାଣତ୍ରୀ ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ଦୀର୍ଘ ସମୟ ଛିଡା ହେବା ନେଇ ସନ୍ଦେହ ହୋଇଥିଲା । ପରେ କିଛି ସ୍ଥାନୀୟ ଯୁବକଙ୍କ ଅନୁସନ୍ଧାନ ଫଳରେ ଚାଳକ ଜଣଙ୍କ ଆମ୍ବୁଲାନ୍ସରେ ୩ ସାଙ୍ଗଙ୍କ ସହିତ ଆସି ମଦ ଦୋକାନରୁ ମଦ କିଣି ନିକଟ ଏକ ପରିତ୍ୟକ୍ତ ଦୋକାନ ଗୃହରେ ଆସର ଜମାଇ ଖାଉଥିବା ବେଳେ ଧରାପଡିଥିଲେ। ସ୍ଥାନୀୟ ଯୁବକଙ୍କୁ ଦେଖି ଚାଳକ ଆମ୍ବୁଲାନ୍ସ ନେଇ ପଳାଉଥିବା ବେଳେ ୧କିମି ଦୂରରେ ଧରାପଡିଥିଲା । ଯୁବକ ମାନେ ପୁଲିସକୁ ଖବର ଦେବାରୁ ଗାଡି ସହିତ ଚାଳକଙ୍କୁ ମାଣତ୍ରୀ ଫାଣ୍ଡିରେ ଅଟକ ରଖି ଚାଳକଙ୍କ ଡାକ୍ତରୀ ପରୀକ୍ଷା କରି ତଦନ୍ତ ଚଳାଇଛି । ଆବଶ୍ୟକ ସମୟରେ ଜନସାଧାରଣ ଆମ୍ବୁଲାନ୍ସ ସେବା ପାଉ ନ ଥିବା ବେଳେ ପଡୋଶୀ ଜିଲାକୁ ସାଙ୍ଗ ମାନଙ୍କ ସହିତ ମଦ ପିଇବାକୁ ଆସିବା ତଦନ୍ତ ସାପେକ୍ଷ ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି ।

Comments are closed.