ବଡ଼ସାହି : ୧୧ରୁ ‘ବାଣୀପୀଠ ମହୋତ୍ସବ-୨୦୨୦’

ବଡ଼ସାହି :  ରାଜ୍ୟର ଅନ୍ୟତମ ସାରସ୍ୱତ ପୀଠ ‘ବାଣୀପୀଠ ମହୋତ୍ସବ-୨୦୨୦’ ଜାନୁଆରୀ ୧୧ତାରିଖ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି। ପୂର୍ବବର୍ଷ ପରି ମୟୂରଭଞ୍ଜ ଜିଲାର ବଡ଼ସାହିସ୍ଥିତ ବିବେକାନନ୍ଦ ବିହାର ଠାରେ ଏହି ମହୋତ୍ସବ ତିନିଦିନ ଧରି ଚାଳିବାକୁ ଥିବା ବେଳେ ୧୩ ତାରିଖ ସୋମବାରରେ ଶେଷ ହେବ। ରବିବାର ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ବାଣୀଭବନରେ ପ୍ରଫେସର ଯନ୍ତ୍ରଣା ପରିକ୍ଷୀତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।

ଅନୁଷ୍ଠାନର ସମ୍ପାଦକ ଡା. କୁମାର ବାବୁଲି ସୂଚନା ଦେଇ କହିଥିଲେ ଉଦଘାଟନୀ ଦିବସରେ ଭୁବନେଶ୍ୱରର ଉତ୍କଳ ଶିକ୍ଷା ପରିଷଦ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଶିଶୁ ମେଳା ଓ ବିଜ୍ଞାନମେଳା ଅନୁଷ୍ଠିତ ହେବ। ଅପରାହ୍ନରେ ଓଡିଆ ଲେଖକ ପରିଷଦ ଓ ଆମ ସୁନାଚାନ୍ଦ ଜାତୀୟ ଶିଶୁ ସାହିତ୍ୟ ସଂସ୍ଥାନ ପକ୍ଷରୁ ଆଧୁନିକ ତଥା ଶିଶୁ କବିତା କର୍ମଶାଳା ଅନୁଷ୍ଠିତ ହେବ। ୧୨ତାରିଖ ରବିବାର ରାଜ୍ୟସ୍ତରୀୟ କବିତା ମହାଯଜ୍ଞ ତଥା କବି, ଲେଖକ ଓ କଳାକାର ସମ୍ମେଳନ ସହିତ ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହେବ। ଏଥିରେ ଓଡିଶାର ସମସ୍ତ ଜିଲାର କବି ଓ ଲେଖକ ମାନେ ଯୋଗଦାନ କାର୍ଯ୍ୟକ୍ରମ ରହିଛି। ୧୩ ତାରିଖ ସୋମବାର ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ୨୦ତମ ବାର୍ଷିକ ଉତ୍ସବ ସହିତ ଅଭିଭାବକ ସମ୍ମେଳନ ଅନୁଷ୍ଠିତ ହେବ ବୋଲି ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା। ବିଭିନ୍ନ ଅଧିବେଶନରେ ବିଶିଷ୍ଠ ସାହିତ୍ୟିକ, ମନ୍ତ୍ରୀ, ସାଂସଦ ଓ ବିଧାୟକ ମାନେ ଯୋଗଦାନ କରିବେ ବୋଲି ସ୍ୱୀକୃତି ପ୍ରଦାନ କରିଛନ୍ତି। ପ୍ରସ୍ତୁତି ବୈଠକରେ ମହୋତ୍ସବ ଉପଦେଷ୍ଟା ପରିଷଦ ଓ ଅଭ୍ୟର୍ଥନା ପରିଷଦର କର୍ମକର୍ତ୍ତା ଶିବଶଙ୍କର ଭୂୟାଁ, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ନାଟ୍ୟକାର ମନୋରଞ୍ଜନ ବେହେରା ପ୍ରମୁଖ ଯୋଗଦାନ କରିଥିଲେ। ବଙ୍କିମ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଯୋଗେଶ୍ୱର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.