ନିଜ ଶରୀରରେ ନିଆଁ ଲଗାଇଲା ନବନ ଶ୍ରେଣୀ ଛାତ୍ର

ବଡ଼ସାହି :  ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକର ପଶୁଦା-ଭୋଳସାହି ଗ୍ରାମର ନବମ ଶ୍ରେଣୀର ଜଣେ ଛାତ୍ର ସ୍କୁଲ ଯିବା ପାଇଁ ବଡ଼ ଭଉଣୀର ତାଗିଦକୁ ସହି ନ ପାରି ନିଜ ଶରୀରରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଆହତ ଛାତ୍ର ହେଲେ ଗାଁ ହାଇସ୍କୁଲରେ ପଢୁଥିବା କାଳିଦାସ ମାରାଣ୍ଡି ବୋଲି ଜଣାପଡିଛି।

ଘର କବାଟ ଭାଙ୍ଗି ତାକୁ ଉଦ୍ଧାର କରି ପରିବାରଲୋକେ ପ୍ରଥମେ ବଡ଼ସାହି ଡାକ୍ତରଖାନା ପରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଶରୀରର ୯୦ପ୍ରତିଶତ ଅଂଶ ପୋଡିଯାଇଛି ।

Comments are closed.