ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ

ବଡ଼ସାହି :  ସ୍ଥାନୀୟ ମଇ ସ୍କୁଲ ପରିସରରେ ମଙ୍ଗଳବାର ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ଅନୁଷ୍ଠିତ ହୋଇଯାଇଛି। ବିଇଓ ଦେବବ୍ରତ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ। ଏବିଇଓ ପଦ୍ମଲୋଚନ ଦାସ, ସୋମନାଥ ଦାସ, ବିଆରସିସି ବାବାଜୀ ଚରଣ ବେହେରା ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ଗିରି ଓ ଦିବ୍ୟାଙ୍ଗ ଶିକ୍ଷକ ନିଶାକର ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକର ୩୦ଟି ପଞ୍ଚାୟତରୁ ୩ଶହ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ବିଆର୍‍ଟି ବାସନ୍ତୀଲତା ନାଏକଙ୍କ ଲିଖିତ ପୁସ୍ତକ ‘ଆମେ ଭାଗ୍ୟବାନ ପିଲା’ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଶିକ୍ଷକ ଲଳିତ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଦେବବ୍ରତ ଶତପଥି ଓ ଶୁଭ୍ରଜ୍ୟୋତି ଦଣ୍ଡପାଟ ମଞ୍ଚ ପରିଚାଳନା କରିଥିଲେ। ଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ଅତିଥିବୃନ୍ଦ ପ୍ରଦାନ କରିଥିଲେ। ୧୮ଟି କ୍ଳଷ୍ଟରର ସିଆର୍‍ସିସିଙ୍କ ତତ୍ତ୍ୱାବଧାନରେ ଶିକ୍ଷକ/ଶିକ୍ଷୟତ୍ରୀମାନେ ଏଥିରେ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ରତିକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.