ସୁନାହାର ଲୁଟ୍

ବଡ଼ସାହି : ସିଂହଟିଆ ଗ୍ରାମର ତ୍ରିଲୋଚନ ଭୂୟାଁଙ୍କ ପତ୍ନୀ ପ୍ରେମଲତାଙ୍କ ବେକରୁ ଦୁଇଜଣ ଦୁବୃର୍ତ୍ତ ରବିବାର ସୁନାହାର ଛିନତାଇ କରି ଫେରାର ହୋଇଯାଇଛନ୍ତି। ପ୍ରାତଃ ଭ୍ରମଣ ପାଇଁ ପ୍ରେମଲତା ବଡିଭୋର ୪ଟାରୁ ଉଠି ଘର ଅଗଣାରେ ଥିବା ଶୌଚାଳୟରୁ ଫେରୁଥିବା ବେଳେ ଅନ୍ଧାରର ସୁଯୋଗରେ ଦୁବୃର୍ତ୍ତ ଦ୍ୱୟ ତାଙ୍କ ମୁହଁ ଓ ପାଟିକୁ ବନ୍ଦ କରି ବେକରୁ ସୁନାହାରକୁ ଲୁଟି ନେଇଥିଲେ। ମହିଳା ଜଣକ ଚିତ୍କାର କରିବାରୁ ଘର ଓ ପଡିଶା ଲୋକେ ଖୋଜାଖୋଜି କରିବା ପରେ ମଧ୍ୟ ସେମାନଙ୍କ ପତ୍ତା ମିଳିପାରିନଥିଲା। ଲୁଟ ହାରଟିର ବଜାର ମୂଲ୍ୟ ୪୦ହଜାର ଟଙ୍କା ହେବ ବୋଲି ପରିବାର ସୁତ୍ରରୁ ଜଣାପଡ଼ିଛି। ପୁଲିସ ଅଭିଯୋଗ ପାଇ ତଦନ୍ତ ଜାରି ରଖିଥିଲେ ହେଁ ଲୁଟେରାଙ୍କ ଟେର ପାଇନାହିଁ।

Comments are closed.