ନଦୀରେ ବୁଡି ଅବସରପ୍ରାପ୍ତ ପୋଷ୍ଟମାଷ୍ଟରଙ୍କ ମୃତ୍ୟୁ

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଶାଳଗାଁ ପଞ୍ଚାୟତ ନରଣଗାଁ ଗ୍ରାମର ଅବସରପ୍ରାପ୍ତ ପୋଷ୍ଟମାଷ୍ଟର ଜଗନ୍ନାଥ ଘଡେଇ(୮୫) ନଦୀରେ ବୁଡିଯାଇ ମୃତ୍ୟୁ ବରଣ କରିଛନ୍ତି। ସବୁଦିନ ପରି ଗାଁ ସଲଗ୍ନ ଗଙ୍ଗାହାର ନଦୀକୁ ଅପରାହ୍ନରେ ଗାଧୋଇବାକୁ ଯାଇଥିଲେ। ତେବେ ତାଙ୍କର ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ପରିବାର ଲୋକଙ୍କୁ ଜଣାଇବା ପରେ ନଦୀରୁ ମୃତଦେହକୁ ଉଦ୍ଧାର କରାଯାଇଥିଲା। ଅମ୍ପନ ଯୋଗୁଁ ନଦୀ ଜଳ ବୃଦ୍ଧି ପାଇଥିବା ବେଳେ ମୃତକଙ୍କ ଗୋଡ ଖସି ଯାଇ ପାଣିରେ ବୁଡି ମୃତ୍ୟୁ ଘଟିଥିବା ଆଲୋଚନା ହେଉଛି। ତେବେ ଘଟଣା ସମ୍ପର୍କରେ ଖବର ପାଇ ବୈଶିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପୂର୍ବକ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ରବିବାର ମୃତଦେହ ବ୍ୟବଚ୍ଛେଦ କରାଯିବ। ମୃତକ ଶ୍ରୀ ଘଡେଇ ଗ୍ରାମର ମୂରବୀ ଥିଲେ।ତାଙ୍କ ମୃତ୍ୟୁ ଖବର ପାଇ ପୂର୍ବତନ ବଡ଼ସାହି ବିଧାୟକ ଗଣେଶ୍ବର ପାତ୍ରଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଘରେ ପହଞ୍ଚି ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।

Comments are closed.