ବଡ଼ମ୍ବାରେ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ବିଷୁବମିଳନ

ନୀଳଗିରି ଘଟଣାର ନିନ୍ଦା,ସାମ୍ବାଦିକ ସୁରକ୍ଷା ଆଇନ ତୁରନ୍ତ ଲାଗୁକରିବାକୁ ଦାବି

ବଡ଼ମ୍ବା  : ସ୍ଥାନୀୟ ଭଟ୍ଟାରିକା ପାନ୍ଥ ନିବାସରେ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ,ବଡ଼ମ୍ବା ଆନୁକୂଲ୍ୟରେ ବିଷୁବ ମିଳନ ଏବଂ ଓଡ଼ିଆ ନବବର୍ଷ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଡ଼ମ୍ବା ସମେତ ନରସିଂହପୁର, ତିଗିରିଆ, ଆଠଗଡ଼ରେ କାର୍ଯ୍ୟରତ ସାମ୍ବାଦିକମାନେ ବହୁସଂଖ୍ୟାରେ ଯୋଗଦେଇଥିଲେ। କୋଭିଡ ମହାମାରୀ କଟକଣା ହେତୁ ପ୍ରାୟ ଦୁଇବର୍ଷ ପରେ ଅନୁଷ୍ଠିତ ଏହି ସଭାରେ ସାମ୍ବାଦିକ ସନ୍ତୋଷ କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ବିଶେଷ କରି ନିକଟରେ ପୁଲିସ ଯେଭଳି ନୀଳଗିରିରେ କାର୍ଯ୍ୟରତ ଜଣେ ସାମ୍ବାଦିକଘଙ୍କ ଉପରେ ଆକ୍ରୋଷମୁଳକ କାର୍ଯ୍ୟାନୁଷ୍ଠାନ ସ୍ବରୁପ ଗୋଡ଼ରେ ବେଡ଼ି ପକାଇଥିଲା ସେହି ଘଟଣା ଉପରେ ଏହି ସଭାରେ ଆଲୋଚନା କରାଯାଥିଲା । ଉପସ୍ଥିତ ସମସ୍ତ ମୁଦ୍ରିତ ଏବଂ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଏହି ଘଟଣାର ତିବ୍ର ନିନ୍ଦା କରିଥିଲେ । ତୁରନ୍ତ ରାଜ୍ୟ ସରକାର ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବାକୁ କର୍ମଜୀବୀ ସାମ୍ବାଦିକମାନେ ଏହି ଅବସରରେ ଦାବି କରିଥିଲେ। ପରେପରେ ମା ଭଟ୍ଟାରିକାଙ୍କ ଦର୍ଶନ କରିବାସହ ଉପସ୍ଥିତ ସାମ୍ବାଦିକମାନେ ପରଷ୍ପରକୁ ଓଡ଼ିଆ ନବବର୍ଷର ଅଭିନନ୍ଦନ ଓ ଶୁଭେଛା ଜଣାଇଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ନରସିଂହପୁରର ସାମ୍ବାଦିକ ଦେବୀପ୍ରସାଦ ରଥ, ଅଜୟକୁମାର ପଣ୍ଡା, ଦିବ୍ୟଲୋଚନ ମହାନ୍ତି, ତିଗିରିଆର ଦିଲିପକୁମାର ଦାସ, ଆଠଗଡ଼ରୁ ବିଶ୍ୱଜିତ ରାଉତ, ବିରୁପାକ୍ଷ ପ୍ରଧାନ, ବଡ଼ମ୍ବାରୁ ମାୟାଧର ମଲ୍ଲିକ, ଅମରେଶ ରଥ, ପ୍ରଦୀପ କୁମାର ମହାପାତ୍ର, ମନୋଜ କୁମାର ପଟ୍ଟନାୟକ,ତ୍ରିଲୋଚନ ରଣା,ପ୍ରମୋଦକୁମାର ପଣ୍ଡା, ଶକ୍ତିଶ୍ୱର ରଣା ପ୍ରମୁଖ ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରାୟ ୨୫ଜଣ ସାମ୍ବାଦିକ ଏହି ସଭାରେ ଯୋଗଦେଇଥିଲେ। ସମ୍ମିଳିିତ କର୍ମଜୀବୀ ସାମ୍ବାଦିକ ସଂଘର ଉପସଭାପତି ସୁବାଷଚନ୍ଦ୍ର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜିଲା ସମ୍ପାଦକ ମନୋଜ କୁମାର ନାଏକ ସଂଘର ଆଭିମୁଖ୍ୟ ଉପରେ ଆଲୋକପାତ କରିବାସହ ଧନ୍ୟବାଦ ପ୍ରଦାନ କରିଥିଲେ।

Comments are closed.