ମହିଳା ସ୍ୱୟଂସହାୟକ ଗୋଷ୍ଠିଙ୍କୁ ସହାୟତା ପ୍ରଦାନ

ବଡ଼ମ୍ବା: ବଡ଼ମ୍ବା ବ୍ଲକ ସମ୍ମିଳନୀ କକ୍ଷରେ ମଞ୍ଜୁରୀପ୍ରାପ୍ତ ସ୍ଥାନୀୟ ୫୮ଟି ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ୧କୋଟି ୬୨ଲକ୍ଷ ଟଙ୍କାର ଋଣ ସହାୟତା ଆକାରରେ ପ୍ରଦାନ କରାଯାଇଛି। ଏହି ଋଣ ପ୍ରଦାନ କାର୍ଯ୍ୟକ୍ରମରେ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସଂପୃକ୍ତ ହିତାଧିକାରୀଙ୍କୁ ଉକ୍ତ ସହାୟତା ରାଶି ଚେକ୍‍ ଆକାରରେ ପ୍ରଦାନ କରିଛନ୍ତି। ସ୍ଥାନୀୟ ବିଡିଓ ଉତ୍କଳରଞ୍ଜନ ଆଚାର୍ଯ୍ୟ ଏବଂ ବ୍ଲକ ଅଧ୍ୟକ୍ଷା ଅନସୂୟା ନାଏକଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ, ଜୀବିକା ମିଶନର ବ୍ଲକ ସଂଯୋଜକ ମୋନାଲିସା ତ୍ରିପାଠୀ, ସିଡିଡପିଓ ପ୍ରମିଳା ଦେଈ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ତେବେ ଚଳିତ ଆର୍ଥିକ ବର୍ଷରେ ଏହି ବ୍ଲକର ସମୁଦାୟ ୩୭୩ ମହିଳା ଗୋଷ୍ଠିଙ୍କୁ ପ୍ରାୟ ୯କୋଟି ୨୯ ଲକ୍ଷ ଟଙ୍କାର ଋଣ ସହାୟତା ଆକାରରେ ପ୍ରଦାନ କରାଯାଇଥିବା ପ୍ରକାଶ। ପ୍ରାପ୍ତ ସହାୟତା ରାଶିର ସୁବିନିଯୋଗ କରି ଆର୍ଥିକ ଉନ୍ନତି ଦିଗରେ ସ୍ୱୟଂ ସହାୟକ ଗୋଷ୍ଠିର ମା ମାନେ ରାଜ୍ୟସ୍ତରରେ ଉଦାହରଣ ସୃଷ୍ଠି କରିବେବୋଲି ଏହି ଅବସରରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମିଶ୍ର ଆଶାବ୍ୟକ୍ତ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧିନସ୍ଥ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତାଙ୍କ ସମେତ ପଞ୍ଚାୟତ ଜନପ୍ରତିନିଧିମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

Comments are closed.