ମହାକାଳୀଙ୍କ ପୀଠରେ ଅଘଟଣ, ପୁଲିସ ଏବଂ ଜନତାଙ୍କ ଭିତରେ ଖଣ୍ଡଯୁଦ୍ଧ

ବଡ଼ମ୍ବା: ବଡ଼ମ୍ବାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଖାରୋଡ଼ ଗ୍ରାମସ୍ଥିତ ମା’ ମହାକାଳୀଙ୍କ ପୀଠରେ ଶାରଦୀୟ ପୂଜାର ପବିତ୍ର ମହାନବମୀର ବିଳମ୍ବିତ ରାତ୍ରିରେ ଅଘଟଣ ଘଟିଛି। ମା’ଙ୍କ ପୀଠରେ ଉକ୍ତ ଦିନ ପ୍ରାୟ ମଧ୍ୟରାତ୍ର ସମୟକୁ ବାର୍ଷିକ ବଳିଉତ୍ସବ ଅନୁଷ୍ଠିତ ହେଉଥିବା ସମୟରେ ଏହାକୁ କେନ୍ଦ୍ରକରି ହଠାତ୍‍ ପୁଲିସ ଏବଂ ସ୍ଥାନୀୟ ଜନତାଙ୍କ ଭିତରେ ଖଣ୍ଡଯୁଦ୍ଧର ସୂତ୍ରପାତ ଘଟିଥିବା ଜଣାଯାଇଛି। ଏହି ଘଟଣାରେ ଜଣେ ସ୍ଥାନୀୟ ଛୋଟପିଲା ସମେତ ଶାନ୍ତିଶୃଖଂଳା ଲାଗି ପୀଠରେ ନିୟୋଜିତ ଦୁଇଜଣ ଜବାନ ଗୁରୁତର ଆହତ ହୋଇଥିବା ପ୍ରକାଶ। ପରିସ୍ଥିତି ଏପରି ହୋଇଥିଲା ଯେ ସ୍ଥତି ଉପରେ ନିୟନ୍ତ୍ରଣ ଆଣିବା ଲାଗି ପୁଲିସକୁ ପ୍ରଥମେ ମୃଦୁ ଲାଠିଚାଳନା ଏବଂ ପରେ ଫାଙ୍କା ଗୁଳିଚାଳନା କରିବାକୁ ପଡ଼ିଥିଲା। ଖବରପାଇ ଘଟଣାସ୍ଥଳରେ ସ୍ଥାନୀୟ ଜନପ୍ରତିନିଧି, ରାଜନେତା ଏବଂ ମୁରବୀସ୍ଥାନୀୟ ଲୋକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରେ ଏବେ ସ୍ଥିତି ଆୟତ୍ତକୁ ଆସିଥିଲା।

Comments are closed.