ପୁନଃ କାର୍ଯ୍ୟକ୍ଷମ ହେଲା ଐତିହାସିକ ବଡ଼ମ୍ବା ଉପକାରାଗାର

ବଡ଼ମ୍ବା : ପ୍ରଜା ଆନ୍ଦୋଳନର ସ୍ମୃତିବହନ କରୁଥିବା ଐତିହାସିକ ବଡ଼ମ୍ବା ଉପକାରାଗାର ରବିବାର ପୁନଃ କାର୍ଯ୍ୟକ୍ଷମ ହୋଇପାରିଛି। ଏହି ଉପଲକ୍ଷେ ଅନୁଷ୍ଠିତ ବିଭାଗୀୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ଏହାର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟକାର୍ଯୟାଳୟ ଡିଆଇଜି ଶୁଭକାନ୍ତ ମିଶ୍ର, ଚୌଦ୍ୱାର ଡିଆଜି କୁଳମଣି ବେହେରା, ଚୌଦ୍ୱାର କାରାଗାରର ବରିଷ୍ଠ ସୁପରିଟେଡେଣ୍ଟସତ୍ୟପ୍ରକାଶ ସ୍ୱାଇଁ, ସ୍ଥାନୀୟ ଓକିଲସଂଘ ସଭାପତି ଆଇନଜୀବୀ ସନ୍ତୋଷକୁମାର ବେହେରା, ସମ୍ପାଦକ ପ୍ରମୋଦକୁମାର ପୁହାଣ, ସଂଘର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ କୈଳାସଚନ୍ଦ୍ର ଜେନା, ସନ୍ତୋଷକୁମାର ପଟ୍ଟନାୟକ, ସରକାରୀ ଓକିଲ ପ୍ରଶନ୍ନକୁମାର ମଲ୍ଲିକ, ଆଇନଜୀବୀ ପରେଶ ମହାନ୍ତି, ସରୋଜକୁମାର ବେଉରା, ବ୍ଲକ ଅଧ୍ୟକ୍ଷା ଅନସୂୟା ନାଏକ, ଉପାଧ୍ୟକ୍ଷ ସଦାନନ୍ଦ ସ୍ୱାଇଁ, ସମାଜସେବୀ ରବିନ୍ଦ୍ରକୁମାର ସାହୁ, ପ୍ରଦୀପ୍ତକୁମାର ସ୍ୱାଇଁ, ସରୋଜକୁମାର ପଟ୍ଟନାୟକ, ମହେନ୍ଦ୍ରକୁମାର ପଢିଆରୀ, କୋର୍ଟ ସିଏସଆଇ ପ୍ରତାପଚନ୍ଦ୍ର ପୁହାଣ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ନିଜ ନିଜର ଶୁଭେଛା ଜ୍ଞାମ୍ପନ କରିଥିଲେ।

 

ସୂଚନାଥାଉକି କୋଭିଡ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ନିଷ୍ପତିକ୍ରମେ ଦୀର୍ଘ ଦେଢବର୍ଷ ପୂର୍ବେ ଏହି ପୁରାତନ ଉପକାରାଗାର ବନ୍ଦ ହୋଇଯାଇଥିଲା। ଯାହାଫଳରେ ବଡ଼ମ୍ବାର ବିଚାରାଧିନ କଏଦିମାନଙ୍କୁ ନରସିଂହପୁର ଉପକାରାଗାରକୁ ପଠାଯାଉଥିଲା। ତେବେ ଅଭିଯୁକ୍ତ କଏଦି, ସେମାନଙ୍କ ପରିବାର ସଦସ୍ୟ ତଥା ଆଇନଜୀବୀମାନେ ଏଥିଯୋଗୁଁ ପ୍ରତ୍ୟହ ନାନା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହାକୁ ନେଇ ସ୍ଥାନୀୟ ଓକିଲସଂଘ, ମିଳିତ କ୍ରିୟାନୁଷ୍ଠାନ କମିଟି ଏହି ଐତିହପୂର୍ଣ୍ଣ କାରାଗାରର ପୁନଃକାର୍ଯ୍ୟକ୍ଷମ ନେଇ ପ୍ରତିବାଦ ଆନ୍ଦୋଳନ କରିଥିଲେ। ତେବେ ସ୍ଥାନୀୟ ଲୋକଙ୍କ ଆବେଗକୁ ଦୃଷ୍ଟିରେ ରଖି ବଡ଼ମ୍ବା ବିଧାୟକ ଶ୍ରୀ ମିଶ୍ର ଏ ସମ୍ପର୍କରେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବାସହ ରାଜ୍ୟ ସରକାର ନିଷ୍ପତିର ପୁନଃବିଚାର କରିବାକୁ ସମସ୍ତ ପଦକ୍ଷେପ ନେଇଥିଲେ। ଫଳସ୍ୱରୁପ ରାଜ୍ୟ ଗୃହମନ୍ତ୍ରୀ ଏବଂ କାରାଗାର ବିଭାଗର ଉଚ୍ଚକତୃପକ୍ଷଙ୍କ ସହିତ ବିଚାରବିମର୍ଶ ପରେ ଏହି ପୁରାତନ ଅନୁଷ୍ଠାନ ପୁନଃକାର୍ଯ୍ୟକ୍ଷମ ନେଇ ସରକାର ସାନି ନିଷ୍ପତି ଗ୍ରହଣ କରିଥିଲେ। ବିଧାୟକ ତଥା ଓକିଲସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟିର ପ୍ରଚେଷ୍ଟାରୁ ଏହି ପୁରାତନ ଉପକାରାଗାର ପୁନଃ କାର୍ଯ୍ୟକ୍ଷମ ହୋଇପାରିଥିବାରୁ ଆଜିର ସଭାରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ସମେତ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଂକର ମିଶ୍ର,ବିଭାଗୀୟ ଆଇଜି ସନ୍ତୋଷକୁମାର ଉପାଧ୍ୟାୟଙ୍କୁ ଏହି ଅବସରରେ ବଡ଼ମ୍ବା ଜନସାଧାରଣଙ୍କ ତରଫରୁ ଓକିଲସଂଘର କର୍ମକର୍ତ୍ତା କୃତଜ୍ଞତା ଜଣାଇଥିଲେ। ଶେଷରେ ଉପକାରାଗାରର ଭାରପ୍ରାପ୍ତ ଅଧିକାରୀ  ମୁରଲୀଧର ଦେହୁରୀ ଧନ୍ୟବାଦ ପ୍ରଦାନ କରିଥିଲେ।

Comments
Loading...