ପ୍ରଦୀପ୍ତ କୁମାର ସ୍ୱାଇଁ ଆତ୍ମା’ର ନୂତନ ବ୍ଲକ ଅଧ୍ୟକ୍ଷ ନିଯୁକ୍ତ

ବଡ଼ମ୍ବା: କୃଷିକ୍ଷେତ୍ରରେ ବୈଷୟିକ ପରିଚାଳନା କରୁଥିବା ସଂସ୍ଥା ଆତ୍ମା’ର ନୂତନ ବ୍ଲକ ଅଧ୍ୟକ୍ଷ ଭାବେ ବରିଷ୍ଠ ରାଜନୀତିଜ୍ଞ ତଥା ଆଇନଜୀବୀ ପ୍ରଦୀପ୍ତକୁମାର ସ୍ୱାଇଁ ମନୋନୀତ ହୋଇଥିବା ପ୍ରକାଶ। ଶ୍ରୀ ସ୍ୱାଇଁ ନିଜେ ଜଣେ ଦକ୍ଷ ସଂଗଠକ ତଥା କର୍ମଠ ଚାଷୀ ହୋଇଥିବା ବେଳେ ବିଜୁ ଜନତା ଦଳର ଅନେକ ସାଂଗଠନିକ ଦାୟିତ୍ୱ ସେ ସୁଚାରୁରୁପେ ନିର୍ବାହ କରିଆସୁଛନ୍ତି।

ଅଧୁନା ବଡ଼ମ୍ବା ବ୍ଲକ ବିଜେଡିର ସାଂଗଠନିକ ସମ୍ପାଦକ ଥିବା ଶ୍ରୀ ସ୍ୱାଇଁ ଏହି ନୂତନ ଦାୟିତ୍ୱ ପାଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବିମ ପଟ୍ଟନାୟକଙ୍କ ସମେତ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି।

Comments are closed.