ଦିବଂଗତ ଶିକ୍ଷୟିତ୍ରୀଙ୍କୁ ଶିକ୍ଷକ ମହାସଂଘର ଶ୍ରଦ୍ଧାଞ୍ଜଳି ଓ ପରିବାରକୁ ସହାୟତା

ବଡ଼ମ୍ବା: ଏହି ଶିକ୍ଷାମଣ୍ଡଳ ଅନ୍ତର୍ଗତ କୋଟପଲ୍ଲା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଦିବଂଗତ ହାଜରା ବେଗମଙ୍କୁ ବଡ଼ମ୍ବା ମଣ୍ଡଳ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାମ୍ପନ ସହିତ ଶୋକସନ୍ତପ୍ତ ପରିବାରକୁ ସହାୟତା ପ୍ରଦାନ କରାଯାଇଛି। ସୂଚନାଥାଉକି ସ୍ୱର୍ଗତ ବେଗମ୍‍ ନିକଟରେ କରୋନାରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ।

ମହାସଂଘର ସଭାପତି ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମିଶ୍ର,ବରିଷ୍ଠ ମଣ୍ଡଳ ଶିକ୍ଷାଧିକାରୀ ସୁଜାତା ପ୍ରିୟଦର୍ଶିନୀ ପଣ୍ଡାଙ୍କ ସହିତ ଏକ ପ୍ରତିନିଧି ମଣ୍ଡଳୀ ଗୁରୁବାର ଦିବଂଗତ ଶିକ୍ଷୟିତ୍ରୀଙ୍କ ଘରକୁ ଯାଇ ସେଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ। ଜଣେ ଛାତ୍ରବତ୍ସଳା ଏବଂ ସ୍ୱାଭିମାନୀ ଶିକ୍ଷୟିତ୍ରୀ ଭାବେ ସ୍ୱର୍ଗତ ବେଗମଙ୍କ ଅକାଳ ବିୟୋଗ ଶିକ୍ଷାମଣ୍ଡଳ ପାଇଁ ଅପୁରଣୀୟ କ୍ଷତି ବୋଲି ଶିକ୍ଷାଧିକାରୀ ସୁଶ୍ରୀ ପଣ୍ଡା କହିବାସହ ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଥିବା ସୂଚନା ଦେଇଥିଲେ। ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ଉପଦେଷ୍ଟା ଚିତ୍ତରଞ୍ଜନ ପ୍ରଧାନ, ଉପସଭାପତି ରମେଶଚନ୍ଦ୍ର ବେହେରା, ସମ୍ପାଦକ କେଦାର ମଲ୍ଲିକ, କୋଷାଧ୍ୟକ୍ଷ ପ୍ରମୋଦ କୁମାର ଧଳ, ଶିକ୍ଷକ ସରୋଜ କୁମାର ବେହେରା, ନବକିଶୋର ବେହେରା, ଶ୍ରୀନିବାସ ଦାସ, ଅଜୟ କୁମାର ବେହେରା, ଚଗଲା ବେହେରା, ଆଲୋକ କୁମାର ରାଉତ ପ୍ରମୁଖ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ। ଏହି ଅବସରରେ ମୃତ ଶିକ୍ଷୟିତ୍ରୀଙ୍କ ସ୍ୱାମୀଙ୍କୁ ଶିକ୍ଷକ ମହାସଂଘ ଏବଂ ଗଣଶିକ୍ଷକ ମହାସଂଘ ସମେତ ଅନ୍ୟ ବଦାନ୍ୟ ବ୍ୟକ୍ତିଙ୍କ ନିକଟରୁ ସଂଗୃହିତ ୩୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିବା ଉପସଭାପତି ଶ୍ରୀ ବେହେରାଙ୍କଠାରୁ ପ୍ରକାଶ।

Comments are closed.