ବଡ଼ମ୍ବା ଥାନାର ନୂତନ ଥାନାଧିକାରୀଙ୍କ ଯୋଗଦାନ

ବଡ଼ମ୍ବା: ବରିଷ୍ଠ ପୁଲିସ ଅଧିକାରୀ ପ୍ରମୋଦକୁମାର ଲେଙ୍କା ବଡ଼ମ୍ବା ଥାନାର ନୂତନ ଆଇଆଇସି ଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ପୂର୍ବକାର୍ଯ୍ୟସ୍ଥଳି ଢେଙ୍କାନାଳ କଙ୍କଡ଼ାହାଡ଼ ଥାନା ସମେତ ରାଜ୍ୟର ବିଭିନ୍ନ ଜିଲାର ପାଖାପାଖି ୮ଟି ଥାନା ଏବଂ ମାନବିକ ଅଧିକାର ସେଲରେ କାର୍ଯ୍ୟ କରିଥିବା ଶ୍ରୀ ଲେଙ୍କା ଜଣେ ଅଭିଜ୍ଞ ଓ ଦକ୍ଷତା ସମ୍ପନ୍ନ ଅଧିକାରୀ ଥିବା ଜଣାଯାଇଛି। ଶନିବାର ଶ୍ରୀ ଲେଙ୍କା ପୂର୍ବତନ ଥାନା ଅଧିକାରୀ ପ୍ରଭାତକୁମାର ମଲ୍ଲିକଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ।

ପ୍ରକାଶଥାଉକି ପୂର୍ବତନ ଥାନା ଅଧିକାରୀ ଶ୍ରୀ ମଲ୍ଲିକ ଇତିମଧ୍ୟରେ ନୟାଗଡ଼ ଜିଲା ଖଣ୍ଡପଡ଼ା ଏସଡିପିଓ ଭାବେ ପଦୋନ୍ନତିପାଇ ବଦଳି ହୋଇଛନ୍ତି। ଉତ୍ତମ ଜନସମ୍ପର୍କ ଭିତରେ ଅପରାଧ ନିୟନ୍ତ୍ରଣକୁ ଗୁରୁତ୍ୱ ଦେବେ ବୋଲି ନୂତନ ଥାନା ଅଧିକାରୀ ଶ୍ରୀ ଲେଙ୍କା ତାଙ୍କ ପ୍ରତିକ୍ରିୟାରେ କହିଥିବା ବେଳେ କୋଭିଡ ନିୟମକୁ ମାନି ସୁରକ୍ଷିତ ଜୀବନଯାପନ କରିବାକୁ ସେ ବଡ଼ମ୍ବା ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

Comments are closed.