ବାଦାମ ଖସ ଖସ ଥଣ୍ଡାଇ

ଆବଶ୍ୟକ ସାମଗ୍ରୀ
ବାଦାମ – ୧କପ ରୁ ସାମାନ୍ୟ କମ
ଖୁଆ – ୪ ଚାମଚ
ତରଭୂଜ ମଞ୍ଜି – ୨ ଚାମଚ
ଚିନି – ୧କପ
ଫୁଟା କ୍ଷୀର – ୧ ଗ୍ଲାସ
ଗୋଲମରିଚ – ଅଳ୍ପ
ଗୁଜୁରାତି – ଅଳ୍ପ
ଶୁଖିଲା ଗୋଲାପ ପାଖୁଡ଼ା – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଏକ ପାତ୍ର ବସାଇ ପାଣି ଗରମ କରନ୍ତୁ। ପାଣି ଗରମ ହେବା ପରେ ଏଥିରେ ଚିନି ପକାଇ ସିରା ପ୍ରସ୍ତୁତ କରନ୍ତୁ। ଏବେ ଖୁଆ, ତରଭୂଜ ମଞ୍ଜି, ଗୁଜୁରାତି ଗୁଣ୍ଡ, ଗୋଲମରିଚ , ଗୋଲାପ ପାଖୁଡ଼ା , ଅଳ୍ପ ପାଣି ଅଳ୍ପ ପକାଇ ଭଲ ଭାବେ ପେଷି ଦିଅନ୍ତୁ। ଏହାପରେ ବାଦାମକୁ ପେଷି ଆଉ ଏକ ପାତ୍ରରେ ରଖନ୍ତୁ। ଏବେ ପ୍ରସ୍ତୁତ ମିଶ୍ରଣ ସବୁକୁ ପ୍ରସ୍ତୁତ ସିରାରେ ଗୋଳାଇ ଭଲ ଭାବେ ମିଶାଇ ଏହାକୁ ଗ୍ୟାସ ରୁ ଓହ୍ଲାଇ ଏକ ପାତ୍ରକୁ କାଢି ରଖନ୍ତୁ। ଏହାପରେ ଫୁଟା କ୍ଷୀରକୁ ଏକ ଗ୍ଲାସକୁ କାଢି ଏଥିରେ ପ୍ରସ୍ତୁତ ମିଶ୍ରଣରୁ ୧ ଚାମଚ ମିଶାଇ ଗୋଳାଇ ଦିଅନ୍ତୁ। ଅଧିକ ସ୍ୱାଦ ପାଇଁ ଏହା ଉପରେ ଅଳ୍ପ ଗୁଜୁରାତି ଗୁଣ୍ଡ ପକାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବାଦାମ ଖସ ଖସ ଥଣ୍ଡାଇ। ଏହାକୁ ପିଅନ୍ତୁ ଓ ମଜା ନିଅନ୍ତୁ।

Comments are closed.