ଲଘୁଚାପ ଜନିତ ବର୍ଷାରେ ଧୋଇଗଲା ରାସ୍ତା,୨୦ ଫୁଟ୍‍ର ଗାତ ସୃଷ୍ଟି

ତାଳପଦର  : ବରଗଡ଼ ବିଜେପୁର ଅର୍ନ୍ତଗତ ତାଳପ୍‍ଦର ଗ୍ରା.ପ. ର ତାଳପଦର ଲିମିଟିକିରା ରାସ୍ତା ରେ ଲଘୁଚାପ ଜନିତ ପ୍ରବଳ ବର୍ଷାରେ ବର୍ଷେ ଆଗରୁ ତିଆରି ହୋଇଥିବା କଂଚା ମୁରୁମ ରାସ୍ତା ୨୦ଫୁଟ୍‍ ଓସାରର ଘାଇ ସୃଷ୍ଟି ହୋଇଛି। ଘାଇ ସୃଷ୍ଟି ହେବାଫଳରେ ବନ୍ୟାଜଳ ପ୍ରବେଶ କରି ରାସ୍ତା ଧୋଇହୋଇ ଯାଇଥିବା ବେଲେ, ତଳ ଜମି ଗୁଡ଼ିକ ସଂମ୍ପୁର୍ଣ ବାଳିଚର ହୋଇଯାଇଛି। ଅନ୍ୟ ପକ୍ଷେ ଗ୍ରାମର କିଛି ଯୁବକ ସରକାରଙ୍କ ଋଣ ନେଇ  ନୂଆଁକଟା ଓ ର୍ପୂନିକଟାରେ ୫ ବର୍ଷ ପାଇଁ ମାଛ ଚାଷ କରିବାକୁ ଠିକା ନେଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ପୋଖରୀ ହିଡ ଭାଙ୍ଗିଯିବା ଦ୍ୱାରା ଲକ୍ଷ ଲକ୍ଷ ଟଙ୍କାର ମାଛ ପଣି ସ୍ରୋତରେ ବନ୍ଧ ରୁ ବାହାରି ଯାଇଛନ୍ତି। ଯାହା ଫଳରେ ସରକାରଙ୍କ ଠାରୁ ଋଣ ନେଇ ମାଛ ଚାଷ କରିଥିବା ଯୁବକମାନେ ବର୍ତ୍ତମାନ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏ ଦିଗରେ ବିଭାଦୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି।

Comments are closed.