ଜାତୀୟ ରାଜପଥରେ ଖାଲ, ବିଭାଗ ନିଦାବିଷ୍ଣୁ

ହରଭଙ୍ଗା : ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ପୁରୁଣାକଟକ ବଜାର ଠାରୁ ଭୈରବୀ କଲେଜ ପର୍ଯ୍ୟନ୍ତ ମଧ୍ୟଭାଗ ରାସ୍ତା ଉପରେ ଦୁଇଟି ସ୍ଥାନରେ ବଡ ବଡ ଗାତ ଯୋଗୁଁ ଏହା ପଥଚାରୀଙ୍କ ପାଇଁ ମରଣଯନ୍ତା ପାଲଟିଛି । ଏହି ରାସ୍ତା ଦେଇ ଶହ ଶହ ଯାନବାହାନ ଯାତାୟତ କରୁଥିବାବେଳେ ଅନଭିଜ୍ଞ ଗାଡି ଚାଳକ ଖାଲ ରାସ୍ତା ଜାଣି ନପାରି ଅଯଥାରେ ଦୁର୍ଘଟଣାର ଶୀକାର ହେଉଥିବା ଜଣାପଡିଛି। ଅନ୍ୟପଟେ ଏହି ରାସ୍ତାକଡରେ ପ୍ରତ୍ୟହ ପରିବା ବଜାର ବସୁଥିବାରୁ ଦୁର୍ଘଟଣା ଘଟିଲେ କେଉଁ ସମୟରେ ଅକାରଣେ ଲୋକଙ୍କ ଜୀବନହାନୀ ଘଟିବାk ମଧ୍ୟ ଯଥେଷ୍ଟ ଆଶଙ୍କା ରହିଛି। ତୁରନ୍ତ ଏ ଦିଗରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ସ୍ଥାନୀୟ ବଜାରବାସୀଙ୍କ ପକ୍ଷରୁ ଦାବୀ ହେଉଛି।

Comments are closed.