ନୂଆବର୍ଷ ପାଇଁ ବଚ୍ଚନ ପରିବାରର ନିଆରା ସେଲିବ୍ରେସନ୍, ଏକାଠି କଲେ ଗୀତ ରେକର୍ଡିଂ

ମୁମ୍ବଇ: ନୂଆ ବର୍ଷ ପାଇଁ ଭିନ୍ନ ଶୈଳୀରେ ଉତ୍ସବ ପାଳନ କରିଛନ୍ତି ବଚ୍ଚନ ପରିବାର। ସମସ୍ତେ ଏକାଠି ହୋଇ ପହଞ୍ଚିଛନ୍ତି ଗୀତ ରେକର୍ଡ଼ିଂ ଷ୍ଟୁଡିଓରେ ଓ ନିଜ ନିଜ କଣ୍ଠରେ ରେକର୍ଡ଼ି କରିଛନ୍ତି ଗୀତ। ମାତ୍ର ଏହା ମଧ୍ୟରେ ମାସ୍କ ପରିଧାନ ଓ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ଭୁଲିନାହିଁ ପୁରା ପରିବାର।
ସାମାଜିକ ଗଣମାଧ୍ୟମରେ ବିଗ୍ ବି କିଛି ଫଟୋ ପୋଷ୍ଟ କରିଛନ୍ତି। ଯାହା ତାଙ୍କ ପ୍ରଶଂସକମାନଙ୍କୁ ଖୁସି କରିଦେଇଛି। ଏଥିରେ ଅମିତାଭ, ଅଭିଷେକ, ଐଶ୍ୱର୍ଯ୍ୟା ଓ ଆରାଧ୍ୟା ବଚ୍ଚନଙ୍କୁ ଏକାଠି ଏକ ରେକର୍ଡ଼ି ଷ୍ଟୁଡିଓରେ ଦେଖିବାକୁ ମିଳିଛି। ମୁମ୍ବଇର ଏହି ଷ୍ଟୁଡିଓରେ ସମସ୍ତେ ନିଜନିଜ ଭର୍ସନର ଗୀତ ଗାଇଥିଲେ। ନୂଆବର୍ଷର ସ୍ୱାଗତ ପାଇଁ ପରିବାର ସହ ମିଶି ଗୀତ ରେକର୍ଡିଂ କରୁଛନ୍ତି ବୋଲି ବିଗ୍ ବି ଲେଖିଛନ୍ତି।
ସୂଚନାଯୋଗ୍ୟ, ବିଗ୍ ବି ଆଗାମୀ ଦିନରେ ଆୟନ ମୁଖାର୍ଜୀଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ । ସେହିଭଳି ଅଜୟ ଦେବଗନଙ୍କ ପ୍ରଯୋଜିତ ଫିଲ୍ମ ଦ ବିଗ୍ ବୁଲରେ ଅଭିଷେକ ବଚ୍ଚନଙ୍କୁ ଦେଖିବାକୁ ମିଳିବ । ଅପର ପକ୍ଷରେ ଐଶ୍ୱର୍ଯ୍ୟା ମଧ୍ୟ ଖୁବଶୀଘ୍ର ମଣି ରତ୍ନମଙ୍କ ଆଗାମୀ ଚଳଚ୍ଚିତ୍ର ପୋନିୟିନର ଶୁଟିଂ ଆରମ୍ଭ କରିବେ ।