ବର୍ଷାରେ ଓଦା ଗଡ଼ାଣିଆ ରାସ୍ତାରେ ମଜାରେ ଖସୁଥିଲା ହାତୀଛୁଆ ; ଭିଡ଼ିଓକୁ ପସନ୍ଦ କଲେ ଲୋକେ

ନୂଆଦିଲ୍ଲୀ : ବହୁ ସମୟରେ ସୋସିଆଲ ମିଡ଼ିଆରେ ଭିନ୍ନ ଭିନ୍ନ ମଜାଦାର ଓ କୌତୁହଳପୂର୍ଣ୍ଣ ଭିଡ଼ିଓ ଦେଖିଥିବେ। ମାତ୍ର ଏପରି କିଛି ଭିଡିଓ ରହିଛି ଯାହାକୁ ଦେଖିବା ପରେ ତାହା ଭୁଲି ହୁଏ ନାହିଁ ଓ ବାରମ୍ବାର ଦେଖିବାକୁ ଇଚ୍ଛା ହେଉଥାଏ। ଏହି କିଛି ଦିନ ମଧ୍ୟରେ ଏପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖି ସଭିଁଙ୍କୁ ବେଶ ହସ ଓ ମଜା ସହ ଆନନ୍ଦ ଲାଗୁଛି। ଜଙ୍ଗଲରେ ଏକ ଢାଲୁ ( ଗଡ଼ାଣିଆ, ରାସ୍ତା ବର୍ଷା ହୋଇଥିବା ହେତୁ କାଦୁଅ ହୋଇଥିଲା ରାସ୍ତା)। ଏହା ଦେଖିବା ପରେ ଏକ ହାତୀ ଛୁଆ ସେହି କାଦୁଅ ରାସ୍ତାରେ ଶୋଇବା ସହ ଖସିକରି ଖେଳିବାକୁ ଲାଗିଲା। ଜଣେ ଭାରତୀୟ ଫରେଷ୍ଟ ସର୍ଭିସର ଅଧିକାରୀ ଜଣଙ୍କ ହାତୀ ଛୁଆର ଏହି ଭିଡ଼ିଓ ସେୟାର କରିଥିବା ଜଣାପଡ଼ିଛି। ବର୍ଷା କାରଣରୁ ଢଳାଣିଆ ରାସ୍ତାଟି ସମ୍ପୁର୍ଣ୍ଣ ଓଦା ଓ କାଦୁଅ ଭଳି ହୋଇଯାଇଥିଲା। ଭିଡ଼ିଓ ଅନୁଯାୟୀ, ଢଳାଣିଆ ରାସ୍ତାରେ ହାତୀ ଛୁଆଟି ତଳକୁ ଓହ୍ଲାଇବା ପାଇଁ ଆଗକୁ ଆସୁଥିଲା। ପାଦକୁ ତଳକୁ ରଖିବା ମାତ୍ରେ ହାତୀ ଛୁଆଟି ଖସିବାକୁ ଲାଗି ଥିଲା। ଏହି କାରଣରୁ ଭିଡ଼ିଓଟିକୁ ଦେଖିବାକୁ କୌତୁହଳ ଲାଗୁଛି।

Comments are closed.