ସରିଲା ବି.କରଡ଼ାବାଡ଼ି ସରପଞ୍ଚ ଉପନିର୍ବାଚନ, ୭୨.୩%ମତଦାନ

ବୁଗୁଡ଼ା: ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି. କରଡ଼ାବାଡ଼ି ଗ୍ରାମ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଅନୁଷ୍ଠିତ ଉପନିର୍ବାଚନର ଭୋଟ ଗ୍ରହଣ ପ୍ରକ୍ରିୟା ଆଜି ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଛି । ଉକ୍ତ ପଞ୍ଚାୟତ ଅନ୍ତର୍ଗତ ୧୩ଟି ୱାର୍ଡର ମୋଟ ୨୩୮୩ ଜଣ ଭୋଟରଙ୍କ ମଧ୍ୟରୁ ବି.କରଡ଼ାବାଡ଼ିର ୫ଟି, ଟଭାପଲ୍ଲୀର ୩ଟି ଓ ନୂଆଁ ଦଦରାଖୋଲର ୫ଟି ବୁଥରେ ଆଜି ସକାଳ ୭ଟାରୁ ୧୨ଟା ମଧ୍ୟରେ ମୋଟ ୧୭୨୩ ଜଣ ଭୋଟର ସେମାନଙ୍କ ମତଦାନ କରିଥିଲେ। ନିର୍ବାଚନ ଅଧିକାରୀ ତନ୍ମୟ ପାତ୍ର ବିଭିନ୍ନ ମତଦାନ କେନ୍ଦ୍ରକୁ ଭ୍ରମଣ ପୂର୍ବକ ନିର୍ବାଚନ ତଦାରଖ କରିଥିଲା ବେଳେ ପୋଲିସ ଶୃଙ୍ଖଳା ରକ୍ଷା କରିଥିଲେ।

 

ପ୍ରକାଶ ଥାଉ କି, ଉକ୍ତ ଉପନିର୍ବାଚନରେ ସରପଞ୍ଚ ପଦବୀ ପାଇଁ କାହ୍ନୁଚରଣ ଦାଶ, ରାଜେନ୍ଦ୍ର କିଶୋର ନାୟକ, ପ୍ରଫୁଲ୍ଲ କୁମାର ମହାପାତ୍ର, ନିତ୍ୟାନନ୍ଦ ପ୍ରଧାନ ଏବଂ ଡି.ସତ୍ୟ ନାରାୟଣ ଆଚାରୀ ପ୍ରମୁଖ ୫ ଜଣ ପ୍ରତିଦ୍ବନ୍ଦିତା କରିଥିଲା ବେଳେ ନିତ୍ୟାନନ୍ଦ ଓ ସତ୍ୟନାରାୟଣଙ୍କ ମଧ୍ୟରେ କଡା ଟକ୍କର ହେଉଥିବା ଦେଖିବାକୁ ମିଳିଥିଲା। ବୁଗୁଡା ପଞ୍ଚାୟତ ସମିତି କାର୍ୟ୍ୟାଳୟରେ ୨୩ ତାରିଖ ଦିନ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଥିଲା।

Comments are closed.