ୟୁନିଟ-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ୯୮ବ୍ୟାଚ ବିଦ୍ୟାର୍ଥୀଙ୍କ ବନ୍ଧୁ ମିଳନ ଉତ୍ସବ

ଭୁବନେଶ୍ୱର:ୟୁନିଟ ୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ଭୁବନେଶ୍ୱରର ୯୮ବ୍ୟାଚ ବିଦ୍ୟାର୍ଥୀଙ୍କ ୨୫ତମ ବନ୍ଧୁ ମିଳନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଝୁମୁକା ଡ୍ୟାମ ନିକଟ ଏକ ପ୍ରାକୃତିକ ପରିବେଶ ମଧ୍ୟରେ ଏହି ବନ୍ଧୁମିଳନ ଉତ୍ସବରେ ବିଦ୍ୟାଳୟର ୧୦୦ରୁ ଅଧିକ ପୁରାତନ ବିଦ୍ୟାର୍ଥୀ ଯୋଗ ଦେଇଥିଲେ। ଦୀର୍ଘ ଦିନ ପରେ ପୁରୁଣା ବନ୍ଧୁଙ୍କୁ ପାଖରେ ପାଇ ବିଦ୍ୟାର୍ଥୀମାନେ ବେଶ ଖୁସି ଅନୁଭବ କରିବା ସହ ସେତେବେଳର ବିଦ୍ୟାଳୟ ପରିବେଶ, ପାଠପଢ଼ା ଏବଂ ପୁରୁଣା ଦିନର ସ୍ମୃତିକୁ ମନେ ପକାଇଥିଲେ। ବିଦ୍ୟାଳୟ ପାଠ ଶେଷ କରିବାର ୨୫ବର୍ଷ ପୂର୍ତ୍ତି ଅବସରରେ ଛାତ୍ରମାନେ କେକ୍ କାଟି ପରସ୍ପରକୁ ଖୁଆଇଥିଲେ ଓ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ପୁରାତନ ବିଦ୍ୟାର୍ଥୀଙ୍କ ପକ୍ଷରୁ ଏକ ଭୋଜିର ଆୟୋଜନ ହୋଇଥିଲା।

Comments are closed.