ପ୍ରାଣୀଧନ ବୀମା ସଚେତନତା କାର୍ଯ୍ୟକ୍ରମ

ବାଙ୍କୀ : କଟକ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ବାଙ୍କୀ ଉପଖଣ୍ଡରେ ପ୍ରାଣୀ ଉପଖଣ୍ଡ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ପ୍ରାଣୀଧନ ବୀମା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କର୍ମଶାଳାରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ସତ୍ୟରଂଜନ ରାଉତ ମୁଖ୍ୟଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଦ୍ଘାଟନ କରିବା ସହିତ ପ୍ରାଣୀଧନ ବୀମାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବାଙ୍କୀ ଓ ଡମପଡା ବ୍ଲକରେ କାର୍ଯ୍ୟରତ ସମସ୍ତ ପ୍ରାଣୀଚିକିତ୍ସକ, ପ୍ରାଣୀଧନ ନିରିକ୍ଷକ ଓ ଅଗ୍ରଣୀ ଚାଷୀ ଯୋଗଦେଇଥିଲେ। ଯୋଜନାର ଉପକାରିତା ତଥା କୌଣସି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହେଉଥିବା ପ୍ରାଣୀ ମାନଙ୍କର କିଭଳି ବୀମା ସୁବିଧାରେ ସହାୟତା ମିଳି ପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଛି। ବାଙ୍କୀ ବ୍ଲକ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର କୃଷ୍ଣ କେଶବ ଷଡଙ୍ଗୀ, ଡମପଡା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସ୍ୱରୂପ ରଂଜନ ମହାପାତ୍ର ଏବଂ ଅବସରପ୍ରାପ୍ତ ପ୍ରାଣୀ ପାଳନ ବିଭାଗ ଉପନିର୍ଦ୍ଦେଶକ ଡାକ୍ତର ସରତ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଡାକ୍ତର ଚିତ୍ତରଂଜନ ସେଣ,ଡାକ୍ତର ଅନ୍ତର୍ଯ୍ୟାମୀ ବାରିକ,ଡାକ୍ତର ଗଣେଶ ସେଠୀ,ଡାକ୍ତର ଅର୍ପିତା ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ବର୍ଷ ବାଙ୍କୀ ଉପଖଣ୍ଡରେ ୭୬୦ ଗାଈଗୋରୁ ଓ ୪୦୦ ଛେଳି ମେଣ୍ଢାଙ୍କର ବୀମାକରଣ କରାଯିବା ପାଇଁ ଲକ୍ଷ୍ୟ ଥିବା ସମ୍ପର୍କରେ ଆଲୋଚନା କରାଯାଇଛି।

Comments are closed.