ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥ ବୁଲିଲା

ପାଟଣା: ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ପୁରୁଷ ବନ୍ଧ୍ୟାକରଣ ସଚେତନତା ରଥ ଆଜିଠାରୁ ଡିସେମ୍ବର ୧ ଯାଏଁ ପାଟଣା ବ୍ଲକ୍ ଅଞ୍ଚଳର ୨୦ଟି ପଞ୍ଚାୟତ ପରିକ୍ରମା ଆରମ୍ଭ କରିଛି। ସଚେତନତା ରଥକୁ ଆଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ଚିତ୍ତରଞ୍ଜନ ନାଏକ, ଡ଼ାକ୍ତର ଅର୍ଜୁନ ଚରଣ ପଣ୍ଡା, ଡ଼ାକ୍ତର ଶୁଭେନ୍ଦୁ ସାଗର କୁମାର ନାୟକ, ବି. ପି.ଏମ ଦୀପକ୍ କୁମାର ନାୟକ, ପିଏଚଇଓ ସରୋଜିନୀ ସେଠୀ, ବିଡିଏମ ରଞ୍ଜିତା ରାଣୀ ମହାନ୍ତ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅନ୍ୟ କର୍ମଚାରୀମାନଙ୍କ ଗହଣରେ ପତାକା ହଲାଇ ଶୁଭ ଉଦଘାଟନ କରାଯାଇଥିଲା।

Comments are closed.