ଘରୁ ଏସବୁ ଜିନିଷକୁ ତୁରନ୍ତ ହଟାନ୍ତୁ : ନଚେତ୍ ମାଡ଼ି ଆସିବ ଦୁର୍ଭାଗ୍ୟ

ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ଅଧିକରୁ ଅଧିକ ଧନ ଅର୍ଜନ କରିବାକୁ ଚାହିଁଥାଆନ୍ତି। ଏଥିପାଇଁ କଠିନ ପରିଶ୍ରମ ମଧ୍ୟ କରନ୍ତି। ହେଲେ ବେଳେ ବେଳେ ଏମିତି ହୁଏ ଯେ, ଯେତେ ପରିଶ୍ରମ କରି ଯେତେ ଆୟ କଲେ ମଧ୍ୟ ଘରେ ଅଭାବ ତଥା ଦାରିଦ୍ର୍ୟତା ଲାଗି ରହିଥାଏ। ଏହାସହିତ ଘରେ ଅନେକ ସମସ୍ୟା ଦେଖାଦେଇ ଅଶାନ୍ତି ଲାଗିରହେ। ତେବେ ଆପଣ ହୁଏତ ଜାଣି ନ ଥିବେ ଆପଣଙ୍କ ଘରେ ଥିବା କିଛି ଅଶୁଭ ଜିନିଷ ପାଇଁ ଏହି ସମସ୍ୟା ଦେଖା ଦେଇଥାଏ। ଆସନ୍ତୁ ଜାଣିବା ଘରେ କେଉଁ ସବୁ ଜିନିଷ ରହିଲେ ଘରେ ସମସ୍ୟାମାନ ଲାଗିରହେ।

-ଘରେ ପାରାର ବସା ରହିବା ଖୁବ୍ ଅଶୁଭ ହୋଇଥାଏ। ଏହାଦ୍ବାରା ମନରେ ଅସ୍ଥିରତା ସୃଷ୍ଟି ହେବା ସହ ଦାରିଦ୍ର୍ୟତା ଲାଗିରହେ। ଯଦି ଆପଣଙ୍କ ଘରେ ଏମିତି କିଛି ଅଛି ତେବେ ଏହାକୁ ତୁରନ୍ତ ହଟାଇ ଦିଅନ୍ତୁ।

-ଘରେ ମହୁମାଛି ବସା ନକରାତ୍ମକ ପରିଣାମ ଦେଇଥାଏ। ଘର ଭିତରେ ଏହାର ଉପସ୍ଥିତି ଅଶୁଭ ସଙ୍କେତ ହୋଇଥାଏ।

-ଘରେ ବୁଢ଼ିଆଣି ବସା ଥିଲେ ଦୁର୍ଭାଗ୍ୟ ମାଡ଼ି ଆସେ। ଏହାକୁ ତୁରନ୍ତ ଘରୁ ବାହାର କରନ୍ତୁ। ଆଗକୁ ଏମିତି ନ ହେଉ ସେଥିପାଇଁ ଘରକୁ ସଫା ସୁତୁରା ରଖନ୍ତୁ।

-ଘରେ ଭଙ୍ଗା କାଚ କେବଳ ଅଶୁଭ ହୋଇନଥାଏ ବରଂ ଏହାଦ୍ବାରା ନକରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ।

-ବାଦୁଡ଼ି ଦେଖିବା ବହୁତ ଅଶୁଭ ବୋଲି କୁହାଯାଏ। ଯଦି ଘରେ ଏହା ପ୍ରବେଶ କରେ ତେବେ ଦୁର୍ଭାଗ୍ୟ ସହ ବାତାବରଣ ମଧ୍ୟ ଖରାପ ହୋଇଥାଏ।

 

Comments
Loading...