ବାଲାକୋଟ ହିରୋ ଅଭିନନ୍ଦନ ଓ ତାଙ୍କ ସ୍କ୍ବାଡ୍ରନକୁ ସମ୍ମାନିତ କରିବ ବାୟୁସେନା

ନୂଆଦିଲ୍ଲୀ: ବାଲାକୋଟ ବିମାନ ଆକ୍ରମଣ ହିରୋ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଭାରତୀୟ ବାୟୁସେନା ପ୍ରଶସ୍ତି ପତ୍ର ପ୍ରଦାନ କରି ସମ୍ମାନିତ କରିବ। ଗତ ଫେବୃୟାରୀ ୨୭ରେ ପାକିସ୍ତାନର ବିମାନ ଆକ୍ରମଣକୁ ପଣ୍ଡ କରିବା ଏବଂ ପାକିସ୍ତାନୀ ଯୁଦ୍ଧ ବିମାନ ଏଫ-୧୬କୁ ଖସାଇ ଦେଇଥିବା ୫୧ ନମ୍ବର ସ୍କ୍ବାଡ୍ରନର ଅଭିନନ୍ଦନଙ୍କୁ ବାୟୁସେନା ଅଧ୍ୟକ୍ଷ ଆର.କେ.ଏସ. ଭଦୌରିଆ ସମ୍ମାନିତ କରିବେ। କମାଣ୍ଡିଙ୍ଗ ଅଫିସର ଗ୍ରୁପ କ୍ୟାପଟେନ ସତୀଶ ପୱାର ଏହି ସମ୍ମାନ ଗ୍ରହଣ କରିବେ। ସେହିପରି ପାକ୍‌ ଯୁଦ୍ଧ ବିମାନକୁ ଘଉଡ଼ାଇବାରେ ଯୋଗଦାନ କରିଥିବା ୬୦୧ ସିଗ୍‌ନାଲ ୟୁନିଟ୍‌ର ମିଣ୍ଟି ଅଗ୍ରୱାଲଙ୍କୁ ମଧ୍ୟ ସମ୍ମାନିତ କରାଯିବ। ୯ ନମ୍ବର ସ୍କ୍ବାଡ୍ରନର ମିରାଜ ୨୦୦୦ ଯୁଦ୍ଧ ବିମାନ ଜରିଆରେ ଫେବୃୟାରୀ ୨୬ ରାତିରେ ବାଲାକୋଟରେ ବିମାନ ଆକ୍ରମଣ କରାଯାଇଥିବାରୁ ଏହି ସ୍କ୍ବାଡ୍ରନକୁ ସମ୍ମାନିତ କରାଯିବ।

Comments are closed.