ବଜାରରେ ସ୍ପୋର୍ଟି ଲୁକରେ ଇ-ସ୍କୁଟର; ଚାଲିବ ୧୪୦ କି.ମି

ନୂଆଦିଲ୍ଳୀ:  ବିଶ୍ୱରେ ବଢ଼ୁଛି ବୈଦ୍ୟୁତିକ ଯାନର ଚାହିଦା । ବଜାରରେ ବିଭିନ୍ନ କମ୍ପାନୀ ମାନଙ୍କର ଇ-ବାଇକ୍‌ ଓ ଇ-ସ୍କୁଟର ଉପଲବ୍ଧ ହେଲାଣି । ଏହାରି ଭିତରେ ବୈଦ୍ୟୁତିକ ଦୁଇ ଚକିଆ ଯାନକୁ ନେଇ ଆଉ ଏକ ବଡ଼ ଖବର ସମ୍ନାକୁ ଆସିଲାଣି । ବଜାରରେ ଦୁଇ ଚକିଆ ବୈଦ୍ୟୁତିକ ଯାନର ଚାହିଦାକୁ ଦୃଷ୍ଟିରେ ରଖି କମ୍ପାନୀ ଅଭେରା ଏକ ନୂତନ ଆକର୍ଷଣୀୟ ସ୍କୁଟର ପ୍ରସ୍ତୁତ କରିବା ସହ ବଜାରକୁ ଛାଡ଼ିଛି ।

ବଜାରକୁ ଆସିଥିବା ଅଭେରାର ​‌ରିଟ୍ରୋସା ଇଲେକ୍ଟ୍ରିକ୍‌ ସ୍କୁଟରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।  ‌ରିଟ୍ରୋସା ଇ- ସ୍କୁଟରରେ ୩.୪ କିଲୋଓ୍ୱାଟ୍‌ କ୍ଷମତା ବିଶିଷ୍ଟ ଲିଥିୟମ-ଆୟନ ବ୍ୟାଟେରୀ ପାକ୍‌ ରହିଛି । ତାହାସହ ବ୍ୟାଟେରୀ ପ୍ୟାକକୁ ୩ହଜାର ଓ୍ୱାଟ୍‌ ପାଓ୍ୱାରମୋଟର ସହିତ ଯୋଡାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ଇ-ସ୍କୁଟର ୩ରୁ ୪ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଚାର୍ଜ ହୋଇପାରିବ । ସ୍କୁଟରଟି ସମ୍ପୂର୍ଣ୍ଣ ଚାର୍ଜ ହେବା ପରେ ୧୪୦ କିମି ଯାଏ ଯାଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଅଭେରାର ​‌ରିଟ୍ରୋସା ଇଲେକ୍ଟ୍ରିକ୍‌ ସ୍କୁଟର ଘଣ୍ଟାପ୍ରତି ୯୦ କିମି ଯିବାର କ୍ଷମତା ରହିଛି । ଏହି ସ୍କୁଟରର ଆଗ ଓ ପଛ ଚକରେ ଡିସ୍‌ ବ୍ରେକ୍‌ ରହିଥିବା ବେଳେ ଟ୍ୟୁବ୍‌ ଲେସ ଟାୟାରର ବ୍ୟବସ୍ଥା କରିଛି କମ୍ପାନୀ । ଏଥିସହିତ ରିଟ୍ରୋସାରେ ଡିଜିଟାଲ ସ୍ପିଡୋମିଟର, ଏଲଇଡି ହେଡଲାଇଟ୍, ଏଲଇଡି ଟେଲ ଲାଇଟ୍, ଟର୍ନ ସିଗନାଲ୍ ଲ୍ୟାମ୍ପ ଭଳି ବିଭିନ୍ନ ବ୍ୟବସ୍ଥା କରାଯାଇଛି ।

Comments are closed.