ଖୋଲିଲା ଅନନ୍ତ ବାସୁଦେବଙ୍କ ଆନନ୍ଦ ବଜାର

ଭୁବନେଶ୍ୱର: ଅନନ୍ତ ବାସୁଦେବ ମନ୍ଦିରରେ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ଆନନ୍ଦ ବଜାରରୁ ଅବଢ଼ା ନେବା ପାଇଁ ବ୍ରାହ୍ମଣ ନିଯୋଗ ତରଫରୁ ବୁଧବାରଠାରୁ କଟକଣା କୋହଳ କରାଯାଇଛି। ନିଯୋଗ ତରଫରୁ ଆନନ୍ଦ ବଜାରରେ ଅବଢ଼ା ବିକ୍ରି ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ ସେଠାରେ ବସି ଖାଇବା ଉପରେ କଟକଣା କରାଯାଇଛି। ଚଳିତ ମାସ ପର୍ଯ୍ୟନ୍ତ ନିଯୋଗ ତରଫରୁ ଏଭଳି କଟକଣା ବଳବତ୍ତର ରହିବ ବୋଲି ସୂଚନା ମିଳିଛି। ସରକାରଙ୍କ ନୂତନ ନିର୍ଦେଶନାମା ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବ୍ରାହ୍ମଣ ନିଯୋଗ ସଭାପତି ଶ୍ୟାମସୁନ୍ଦର ମହାପାତ୍ର କହିଛନ୍ତି।

Comments are closed.