ମତ୍ସ୍ୟ ବିକ୍ରେତାଙ୍କୁ ଅଟୋ ରିକ୍ସା ଓ ବରଫ ବାକ୍ସ ପ୍ରଦାନ

ଫୁଲବାଣୀ: କନ୍ଧମାଳ ସାଂସଦ ଡ଼ଃ.ଅଚ୍ୟୁତ ସାମନ୍ତ ଆଜି ଜିଲାର ୫ଜଣ ମତ୍ସ୍ୟ ବିକ୍ରେତାମାନଙ୍କୁ ମତ୍ସ୍ୟ ପରିବହନ ଓ ମାଛ ସୁରକ୍ଷିତ ରଖିବା ପାଇଁ ଅଟୋରିକ୍ସା ସହିତ ବରଫ ବାକ୍ସ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲାପାଳ ଡ଼. ବୃନ୍ଦା ଡ଼ି ଓ ବାଲିଗୁଡ଼ା ଉପଜିଲାପାଳ ଡ଼ା.ଶୁଭଙ୍କର ମହାପାତ୍ର, ଉପ ମତ୍ସ୍ୟ ନିର୍ଦ୍ଦେଶକ, ଜିଲା ମତ୍ସ୍ୟ ଅଧିକାରୀ ଶିବ ପ୍ରସାଦ ଭୋଇ, ସହକାରୀ ମତ୍ସ୍ୟ ଅଧିକାରୀ ପ୍ରଫୁଲ କହଁର, ଖଜୁରୀପଡ଼ା ସହକାରୀ ମତ୍ସ୍ୟ ଅଧିକାରୀ ଜ୍ଞାନ ରଂଜନ ସେଠୀ, ବାଲିଗୁଡ଼ା ସହକାରୀ ମତ୍ସ୍ୟ ଅଧିକାରୀ ସୁରସେନ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ।

ସୂଚନା ପ୍ରକାରେ, ମତ୍ସ୍ୟ ପରିବହନ ଓ ସୁଗମତା ପାଇଁ ତଥା ଉପଭୋକ୍ତାମାନଙ୍କ ପାଖରେ ସଜ ମାଛ ପହଞ୍ଚାଇବା ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ମାଛ ବିପଣନ ସଂରଚନା ଯୋଜନା ମାଧ୍ୟମରେ ଅଟୋ ରିସ୍କା ସହିତ ବରଫ ବାକ୍ସ ପ୍ରବୋଧନ ରହିଛି। ଏହି ଯୋଜନା ମାଧ୍ୟମରେ ଅନୁସୂଚିତ ଜାତି ଓ ଜନଜାତି ମହିଳାଙ୍କ ପାଇଁ ଦୁଇ ଲକ୍ଷ ମୂଲ୍ୟର ପ୍ରକଳ୍ପ ପାଇଁ ୬୦ ପ୍ରତିଶତ ରିହାତି ଓ ସାଧାରଣ ବର୍ଗଙ୍କ ପାଇଁ ୪୦ ପ୍ରତିଶତ ରିହାତି ରହିଛି। ଏହି ଯୋଜନା ମାଧ୍ୟମରେ ସମସ୍ତେ ଉପକୃତ ହୋଇପାରିବେ ବୋଲି ମତ୍ସ୍ୟ ଅଧିକାରୀ କହିଛନ୍ତି।

 

Comments are closed.