ଅଟୋ ବାଇକ ଧକ୍କା – ୧ ମୃତ, ୨ ଗୁରୁତର

କାଶୀପୁର: ରାୟଗଡା ଜିଲା କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ ଡି କରଳ ଛକ ନିକଟରେ ଅଟୋ ଏବଂ ବାଇକ ମଧ୍ୟରେ ଧକ୍କା ହେବାରୁ ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ କେତେକ ଯାତ୍ରୀ ଆହତ ହୋଇଛନ୍ତି।ଆହତମାନଙ୍କ ମଧ୍ୟରୁ ୨ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ମୃତକ ଜଣକଙ୍କ ଘର କୁଚେଇପଦର ପଞ୍ଚାୟତ ଅନ୍ତର୍ଗତ ଜି କରଳ ଗ୍ରାମର ଗଣେଶ ଝୋଡୀଆ ବୋଲି ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ଦୋରାଗୁଡା ପୁଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାରକରି ନୂଆପଡା ସ୍ଥିତ ଉତ୍କଳ ଆଲୁମିନା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି।

ସୂଚନା ଅନୁଯାୟୀ, ଗଣେଶ ଆଜି ସଂନ୍ଧ୍ୟା ସମୟରେ ବାଇକ ଯୋଗେ ନୂଆପଡା ଅଭିମୁଖେ ଯାଉଥିବା ବେଳେ ଏକ ଅଟୋକୁ ଓଭର ଟେକ୍ କରୁଥିବା ସମୟରେ ବିପରିତ ଦିଗରୁ ଆସୁଥିବା ଅଟୋ ସହିତ ଧକ୍କା ହୋଇଥିଲା। ଫଳରେ ଉଭୟ ଅଟୋ ଘଟଣାସ୍ଥଳରେ ଓଲଟି ପଡିବାରୁ ଅଟୋରେ ଥିବା ଅନେକ ଯାତ୍ରୀ ଆହତ ହୋଇଛନ୍ତି। ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।

Comments are closed.