ଅଟୋ ଓ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ; ୬ ଗୁରୁତର

ରାଉରକେଲା : ରାଉରକେଲାରେ ଏକ ଅଟୋ ଓ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ହୋଇଥିବା ରବିବାର ଜଣାପଡ଼ିଛି। ଅଟୋ ରିକ୍ସାରେ ପରିବା ବିକିବାକୁ କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରୁ ରାଉରକେଲା ଯାଉଥିବା ସମୟରେ ଧକ୍କା ହେବା ଫଳରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ୬ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ୨ ଜଣ ଆହତ ଅବସ୍ଥାରେ ଅଟୋ ଭିତରେ ଫସି ରହିଛନ୍ତି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅଟୋ ଭିତରେ ଫସିରହିବା ଫଳରେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସକଟରରେ ଅଟୋର ଅଂଶକୁ କଟାଯାଇ ଉକ୍ତ ଲୋକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ନିଆଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.