ଅଟୋ ଦୁର୍ଘଟଣାରେ ଦୁଇ ଗୁରୁତର

ତେଲକୋଇ : କାଞ୍ଜିପାଣି ଥାନା ଅନ୍ତର୍ଗତ କୁସୁମ ଘାଟିରେ ଅଟୋ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି ।

ସୂଚନା ଅନୁଯାୟୀ, ହରିଚନ୍ଦନପୁରରୁ କାଞ୍ଜିପାଣି ଘାଟି ଦେଇ ତେଲକୋଇ ବ୍ଲକ ଅନ୍ତର୍ଗତ ଛାମୁଣ୍ଡା ପଞ୍ଚାୟତ ଶିରିଆବାହାଳ ଗ୍ରାମକୁ ଆସୁଥିବା ଏକ ମାଲବାହୀ ତିନି ଚକିଆ ଅଟୋ ଭାରସାମ୍ୟ ହରାଇ କୁସୁମ ଘାଟିଠାରେ ସୁରକ୍ଷାକାନ୍ଥରେ ଧକ୍କା ହୋଇଛି । ଏଥିରେ ଟେମ୍ପୋ ଚାଳକ ଓ ଅନ୍ୟ ଜଣେ ଗୁରୁତର ଆହାତ ହୋଇଛନ୍ତି । ଦୁଇ ଗୁରୁତରଙ୍କ ମଧ୍ୟରୁ ଚାଳକ ହରିଚନ୍ଦନପୁର ଥାନା ଚଷାଟାଙ୍ଗିରୀ ଗ୍ରାମର ନିଶାକର ମହାନ୍ତ ଏବଂ ଅନ୍ୟ ଜଣକ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁରର ବିନୋଦ କୁମାର ଓଝା ବୋଲି ଜଣାପଡିଛି । ବିନୋଦ ଓଝା ଉଦ୍ୟାନକୃଷି ଵିଭାଗରେ କାର୍ୟ୍ୟରତ ବୋଲି ସୂଚନା ରହିଛି । ସେ ଅଟୋ ଭଡାକରି ହରିଚନ୍ଦନପୁରରୁ ଶିରିଆବାହାଳକୁ କିଛି ଚାରା ନେଇ ଆସୁଥିଲେ । ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ମୂଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Comments are closed.