ସାତକୋଶିଆ ଘୁଳାଘାଟିରେ ଅଟୋ ଓଲଟି ୫ ଗୁରୁତର

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ସାତକୋଶିଆ ଘୁଳାଘାଟିରେ ଆଜି ଉପରବେଳା ଏକ ଅଟୋ ଓଲଟି ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ ମହୁଲଡିହା ଥାନା ଅନ୍ତର୍ଗତ ଜାମୁନଣ୍ଡା ଗାଁରୁ ଏକ ପରିବାର ଲୋକ ବର ଦେଖିବା ପାଇଁ ଭଦ୍ରକ ଜିଲ୍ଲା ବସନ୍ତିଆ ତାଳବାଙ୍କ ଗ୍ରାମକୁ ଅଟୋ ଯୋଗେ ଯାଉଥିବା ବେଳେ ସାତକୋସିଆ ଘୁଳାଘାଟି ନିକଟ ବାଙ୍କରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଫଳରେ ମରାସରୀ ସୋରେନ (୩୦), ବାଜୁରାମ ଚାତାର (୬୦), ଜମୁନା ସୋରେନ (୨୫), ଜାମ୍ବି ସାମାଟ (୨ଠ ), ପିଙ୍କି ପୁର୍ତ୍ତି (୨୫) ଓ ଦୁର୍ଯ୍ୟୋଧନ ପୂର୍ତ୍ତି (୭୩) ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ଆହାତମାନଙ୍କୁ ୧୦୮ ଯୋଗେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଥିବା ବେଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଅନ୍ୟ ପରିବାର ଲୋକମାନେ ସୁସ୍ଥ ଥିବା ବେଳେ ଅଟୋ ଚାଳକ ଘଟଣାସ୍ଥଳରୁ ଫେରାର ଥିବା ଜଣାପଡ଼ିଛି। ମହୁଲତିହା ପୋଲିସ ଅଟୋକୁ ଜବତ କରି ଅଧିକ ତଦନ୍ତ କରୁଛି।

Comments are closed.