ପୋଲରୁ ତଳକୁ ଖସିଲା ଅଟୋ ; ୨ ମୃତ, ୭ ଆହତ

ବରଗଡ : ବରଗଡ ଜିଲା ବିଜେପୁର ଥାନା ଅନ୍ତର୍ଗତ ସରନାପାଲି ପୋଲରୁ ତଳକୁ ଅଟୋ ଖସି ପଡ଼ିବାରୁ ଦୁର୍ଘଟଣା ଘଟିଥିବା ବୁଧବାର ଜଣାପଡ଼ିଛି। ବରଯାତ୍ରୀ ନେଇ ଫେରୁଥିବା ବେଳେ ଉକ୍ତ ଅଟୋଟି ଓଲଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଉଦ୍ଧାର ହୋଇଥିବା ସମସ୍ତ ଆହତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ବାହାଘର କାମ ସାରି ବରଯାତ୍ରୀ ଦଳ ବରଗଡରୁ ବିଜେପୁର ଫେରୁଥିବା ବେଳେ ଅଟୋଟି ପୋଲରୁ ତଳକୁ ଓଲଟି ପଡିଥିଲା। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।

Comments are closed.