କାରୋନାର ଦ୍ଵିତୀୟ ଲହରୀର ଭୟାବହତା ଉପରେ ସଚେତନତା କର୍ମଶାଳା

ରେଙ୍ଗାଲି କ୍ୟାମ୍ପ : ଆଜି ଅତାବିରା ବ୍ଲକ କାର୍ଯ୍ୟାଳୟରେ ତହସିଲଦାର ଦୁର୍ଯେ୍ୟାଧନ ଭୋଇଙ୍କ ଅଧ୍ୟକ୍ଷତାରେ କରୋନା ସଂକ୍ରମଣର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ସର୍ବଦଳୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

ଡିଙ୍ଗରରେ ବିଶ୍ୱଶାନ୍ତି ମହାଯଜ୍ଞ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଧିନସ୍ଥ ଡିଙ୍ଗର ଗ୍ରାମର ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କ ପୀଠରେ ନବମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ନାମଯଜ୍ଞ ,ଘୃତଯଜ୍ଞ ,ଜ୍ଞାନଯଜ୍ଞଏବଂ…
Read More...

ସର୍ଟ ଷ୍ଟେ ହୋମ କୁ ଗଲେ ନିଖୋଜ ଥିବା ମହିଳା 

ବେଗୁନିଆ : ଗତ ୨୦ ତାରିଖ ଠାରୁ ନିଖୋଜ ଥିବା ଜଣେ ମହିଳାଙ୍କୁ ବେଗୁନିଆ ପୋଲିସ ଉଦ୍ଧାର କରିବା ପରେ ସେ ତାଙ୍କ ଶାଶୁ ଘରକୁ ଯିବାକୁ ମନା କରିବାରୁ ପୋଲିସ ତାଙ୍କୁ ଖୋର୍ଧାସ୍ଥିତ ସର୍ଟ ଷ୍ଟେ ହୋମ କୁ ଆଜି ପଠାଇ ଦେଇଛି l…
Read More...

ଉତ୍କଳ ଦିବସ ପାଇଁ ପ୍ରସ୍ତୁତି ବୈଠକ

ବେଗୁନିଆ : ସ୍ଥାନୀୟ ଆଦର୍ଶ କ୍ଲବ ପକ୍ଷରୁ ଆସନ୍ତା ମାସ। ୧ ତାରିଖ ଗୁରୁବାର ଦିନ ଅପରାହ୍ନ ୩ ଘଟିକା ସମୟରେ ସ୍ଥାନୀୟ ନୂଆସାହି  ଶ୍ରୀ ଜଗନ୍ନାଥ ମନ୍ଦିର ସଲଗ୍ନ ଆମ୍ରକାନନ ପରିସରରେ ଉତ୍କଳ ଦିବସ ପାଳନ କରାଯିବ । ଏଥିରେ…
Read More...

ବେକରେ ଫାସୀ ଲଗାଇ ଆତ୍ମହତ୍ୟା

ପାପଡାହାଣ୍ଡି : ପାପଡାହାଣ୍ଡି ବ୍ଲକ ଚେରଚେଟା ପଂଚାୟତ ଅନ୍ତର୍ଗତ ପିପଳଗୁଡା ଗ୍ରାମର ଅସ୍ତୁ ଭତରା( ୨୫) ନାମକ ବ୍ୟକ୍ତି ଜଣକ ବେକରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିବା ନେଇ ପାପଡାହାଣ୍ଡି ଥାନାରେ ଏତଲା ହୋଇଅଛି | ସୂଚନା…
Read More...

ଗୋପାଳପୁର ବତୀଘର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ପଦକ୍ଷେପ

ଗୋପାଳପୁର : ଗୋପାଳପୁର ରେ ଥିବା ଭାରତ ସରକାର ବନ୍ଦର ନୌ ପରିବହନ ଏବଂ ଜଳ ମାର୍ଗ ମନ୍ତ୍ରାଳୟ ବତୀଘର ଏବଂ ବତୀ ଜାହାଜ ନିର୍ଦ୍ଦେଶାଳୟ କୋଲକାତା ପକ୍ଷରୁ ନିର୍ମାଣ ହୋଇଥିବା ୩ ଏକର ଜମିରେ ନିର୍ମିତ ବତୀଘର ୨୦୧୩ ଠାରୁ…
Read More...

ଦୁଇ ବାଇକ ମୁହାଁମୁହିଁ ଜଣେ ମୃତ,୩ ଗୁରୁତର

କଂଟାବାଂଜି : ତୁରେକେଲା ଥାନା ଅନ୍ତର୍ଗତ ବଡବାଙ୍କି ଗ୍ରାମ ମୁଣ୍ଡରେ ଦୁଇ ବାଇକ ମୁହାଁମୁହିଁ ହେବା ଫଳରେ ଜଣେ ମହିଳାଙ୍କ ମୃତ ହୋଇଛି ଓ ଅନ୍ୟ ୩ଜଣ ଗୁରୁତର ଅବସ୍ଥାରେ କଂଟାବାଂଜି ଓ ତୁରେକେଲା ଡାକ୍ତରଖାନାରେ…
Read More...

ବାଲ୍ୟ ବିବାହ ରୋକିଲା ଚାଇଲ୍ଡ଼ ଲାଇନ

ବୌଦ୍ଧ : ଶୁକ୍ରବାର ବୌଦ୍ଧ ଜିଲ୍ଲା ସଦର ମହକୁମାରେ ଅନୁଷ୍ଠିତ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଚାଇଲ୍ଡ ଲାଇନ ରୋକିବାରେ ସଫଳ ହୋଇଛି। ସୂଚନା ଅନୁସାରେ ବୌଦ୍ଧ ସହରର ଜଣେ ୧୭ ବର୍ଷର ନାବାଳିକାଙ୍କ ଆଜି…
Read More...

ଯାତ୍ରିବାହୀ ବସ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ୧୦ ଆହତ

ବୌଦ୍ଧ/ହରଭଙ୍ଗା : ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥରେ ଦୁର୍ଘଟଣା ବଢିଚାଲିଛି। ଏହି ରାଜପଥକୁ ଲୋକେ ମରଣଯନ୍ତା ବୋଲି କହିବା ଆରମ୍ଭ କଲେଣି। ବୁଧବାର ଦିନ ଏହି ରାଜପଥରେ ଦୁର୍ଘଟଣା ଘଟି ୩ ଜଣଙ୍କ ଜୀବନ ଯାଇଥିବା…
Read More...

ବିନା ପ୍ରତିବାଦ, ବିକ୍ଷୋଭରେ ବୌଦ୍ଧ ଜିଲ୍ଲା ବନ୍ଦ

ବୌଦ୍ଧ : କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ କରି ସର୍ବଭାରତୀୟ ସଂଯୁକ୍ତ କୃଷକ ସମନ୍ୱୟ ସମିତି ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଥିବାବେଳେ ଏହାର ଏକ ଭିନ୍ନ ପ୍ରତିଫଳନ ବୌଦ୍ଧ ଜିଲ୍ଲାରେ ଦେଖିବାକୁ…
Read More...

ଅଭିନବ ଉପାୟରେ କ୍ୟାସ୍ ଡିପୋଜିଟ ମେସିନରୁ ଲୁ୍ଟ୍ ; ଚମକପ୍ରଦ ତଥ୍ୟ ଦେଲେ ଲୁଟେରା

ବୌଦ୍ଧ : ବୌଦ୍ଧ ପୁଲିସ ଦ୍ୱାରା ସହରର ବୁଟୁପାଲି ଏଟିଏମ ନିକଟରୁ ଦୁଇ ଆନ୍ତରାଜ୍ୟ ଏଟିଏମ ଲୁଟେରାକୁ ଗିରଫ କରାଯିବାପରେ ଅଭିନବ ଉପାୟରେ ଏଟିଏମ ଲୁଟ ମାମଲା ନେଇ ସେମାନଙ୍କ ନିକଟରୁ ଚମକପ୍ରଦ ତଥ୍ୟ ସଂଗ୍ରହ କରିଥିବା…
Read More...

ଚୌଦ୍ୱାର ଓପିଟିସିଏଲ ଗ୍ରୀଡ ସବ୍‌ଷ୍ଟେସନରେ ନିଆଁ

ଚୌଦ୍ୱାର: ଚୌଦ୍ୱାର ସ୍ଥିତ ଓପିଟିସିଏଲର ଗ୍ରୀଡ ସବ୍‌ଷ୍ଟେସନରେ ଭୟାବହ ଅଭଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଶୁକ୍ରବାର ସନ୍ଧ୍ୟା ୭ଟା ସମୟରେ ସବ୍‌ଷ୍ଟେସନ ଭିତରେ ଏକ ଭୟଙ୍କର ଶବ୍ଦ ହୋଇ ବିଦ୍ୟୁତ୍ ସେବା ବନ୍ଦ ହୋଇଯିବା…
Read More...

ନବରଙ୍ଗପୁରରେ ଲୋକ ମାନୁନାହାନ୍ତି କରୋନା କଟକଣା

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ କରୋନାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ରାତ୍ରୀକାଳୀନ କର୍ଫ୍ୟୁ ସନ୍ଧ୍ୟା ୮ରୁ ସକାଳ ୬ ପର୍ଯ୍ୟନ୍ତ ବଳବତ୍ତର ରହିଛି। ତେବେ ଏହା ଦ୍ୱାରା ରାତ୍ରରେ ଠେଲାଗାଡିରେ ବ୍ୟବସାୟ…
Read More...

ହରିୟାଣାରୁ ସାଇବର ଠକ ଗିରଫ, ୧୦ ଲକ୍ଷ ଜବତ କଲା ସମ୍ବଲପୁର ସାଇବର ଥାନା

ସମ୍ବଲପୁର: ସମ୍ବଲପୁର ସାଇବର ଥାନା ପ୍ରଥମ ଥର ପାଇଁ ଏକ ବଡ ସଫଳତା ହାସଲ କରିଛି। ହରିୟାଣାରୁ ଜଣେ ସାଇବର ଠକକୁ ଗିରଫ କରିବା ସହ ୧୦ ଲକ୍ଷ ଟଙ୍କା ଜବତ କରିଛି ସାଇବର ଥାନା। ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ନରସିଂହ…
Read More...

ଦୁଇଟି ସ୍ଥାନରେ ଦୁର୍ଘଟଣା, ୮ ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଅଞ୍ଚଳରେ ଗୋଟିଏ ଦିନରେ ଦୁଇଟି ସ୍ଥାନରେ ବାଇକ୍ ଦୁର୍ଘଟଣା ଘଟି ୮ ଜଣ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ସଂନ୍ଧ୍ୟାରେ ଆମ୍ବେଦକର ଖେଳପଡିଆ ନିକଟରେ ବାଇକ ସହିତ…
Read More...

ମୋର କେହି ପ୍ରତିଦ୍ୱନ୍ଦି ନାହାନ୍ତି – ରୁଦ୍ର ପ୍ରତାପ

ପିପିଲି : ଦୀର୍ଘ ଦିନର ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପିପିଲି ଉପନିର୍ବାଚନ ପାଇଁ  ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ବିଜେଡି ଦଳର ପ୍ରାର୍ଥୀ ଘୋଷଣା ହେବା ପରେ ସେ ପ୍ରତିକ୍ରୀୟାରେ କହିଛନ୍ତି ଯେ,…
Read More...

‘ସମାଜ’ ପ୍ରଭାବ –  ପ୍ରଶାସନ ଓ ଗ୍ରାମବାସୀଙ୍କ ଉଦ୍ୟମରେ ଗଢ଼ିଉଠିଲା ସୀମା ସୁରକ୍ଷା ଫଳକ

ରାମନାଗୁଡା : ଆଉ ଆନ୍ଧ୍ର ଦାଦାଗିରି ଚଳିବ ନାହିଁ। ଆଜି ରାୟଗଡ଼ା ଜିଲ୍ଲା ରାମନାଗୁଡା ତହସିଲ ଅଧିନ ଲାଉଗୁଡା ଗ୍ରାମ ନିକଟ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ପ୍ରଶାସନ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଗଢ଼ି ଉଠିଲା ସୀମା…
Read More...

୩୬ତମ ପ୍ରତିଷ୍ଠା ଦିବସ ପାଇଁ ଓଡ଼ିଶା ରାଜ୍ୟ କୃଷକ ସଂଗଠନର ଜୋର୍ ଧରିଛି ପ୍ରାକ୍ ପ୍ରସ୍ତୁତି

ରେଙ୍ଗାଲି କ୍ୟାମ୍ପ : ଆସନ୍ତା ଏପ୍ରିଲ ପହିଲାରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିର ଶାଖାର ୩୬ତମ ପ୍ରତିଷ୍ଠା ଦିବସ ପାଳନକୁ ନେଇ ଏବେ ସଂଗଠନ ପକ୍ଷରୁ ଜୋର୍ ଧରିଛି ପ୍ରାକ୍ ପ୍ରସ୍ତୁତି। ପରିଣତ ବୟସରେ ବି ସଂଗଠନର…
Read More...

‘‘ଓଡିଶା ଗୋଟିଏ କ୍ଷୁଦ୍ର ଭାଷିକ ଅଞ୍ଚଳ’’ – ଜାତୀୟ ୱେବିନାର ଅନୁଷ୍ଠିତ

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଭାଷା ବିଜ୍ଞାନ ବିଭାଗ ପକ୍ଷରୁ 'ଓଡ଼ିଶା ଗୋଟିଏ କ୍ଷୁଦ୍ର ଭାଷିକ ଅଞ୍ଚଳ' ଶୀର୍ଷକ ଦୁଇ ଦିନିଆ ଜାତୀୟ ୱେବିନାର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ବିଭାଗୀୟ ପ୍ରଧ୍ୟାପକ…
Read More...

କନ୍ଧମାଳରେ ଆରମ୍ଭ ହେଲା କଣ୍ଟେନମେଣ୍ଟ 

ଫୁଲବାଣୀ : ରାଜ୍ୟ ତଥା ଦେଶର ବିଭିନ୍ନ ଅଂଚଳରେ ଦ୍ୱିତିୟ ପର୍ଯ୍ୟାୟ କରୋନା ସଂକ୍ରମଣ ପୁଣି ଥରେ ବଢିବାକୁ ଲାଗିଥିବା ବେଳେ କନ୍ଧମାଳ ଜିଲାରେ ବି ଏନେଇ ପଡିଛି ପ୍ରଭାବ। କୋଭିଡ-୧୯ର ଦ୍ୱିତୀୟ ଲହର ଆଶଂକାରେ ଆଗୁଆ ସଜାଗ…
Read More...

ମାସେ ହେଲା ଜଳ ଯୋଗାଣ ପ୍ରକଳ୍ପ ଅଚଳ ; ପାଣି ପାଇଁ ଲୋକେ ହନ୍ତସନ୍ତ

ବଙ୍ଗୋମୁଣ୍ଡା : ଫଗୁଣ ଯାଇନି ତଥାପି ଅନେକ ସ୍ଥାନରେ ଜଳ ସଂକଟ ଉଗ୍ର ରୂପ ନେଲାଣି। ଧିରେ ଧିରେ ଖରା ତାତିର  ପ୍ରକୋପ ବୃଦ୍ଧି ପାଇ ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏବେଠୁ ବଙ୍ଗୋମୁଣ୍ଡା ବ୍ଲକର ଗ୍ରାମାଂଚଳରେ…
Read More...

ଚାକିରି ଦେବା ନାଁରେ ଟଙ୍କା ଆତ୍ମସାତ ମାମଲା, ୨ ବର୍ଷ ପରେ ପୁଣି ଗିରଫ ହେଲେ ଓମ ପ୍ରସାଦ

ଟିଟିଲାଗଡ଼ : ସରକାରୀ କର୍ମଚାରୀ ଓମ ପ୍ରସାଦ କୁମ୍ଭାର ଲାଞ୍ଚ ନେଇ ଗିରଫ ହୋଇଥିଲେ। ହେଲେ ତାଙ୍କ ନାଁରେ ଚାକିରି କରାଇ ଦେବା ନାଁରେ ବହୁ ଟଙ୍କା ଆତ୍ମସାତ କରିବାର ଅଭିଯୋଗ ରହିଥିଲା। ସରକାରୀ ବିଭାଗରେ କାର୍ଯ୍ୟରତ ଓମ…
Read More...

ଓଡିଶା ପ୍ରଦେଶ କିଷାନ କଂଗ୍ରେସ କମିଟି ଅଧ୍ୟକ୍ଷଙ୍କ ଦାରିଙ୍ଗବାଡ଼ି ଗସ୍ତ

ଫୁଲବାଣୀ : ଓଡ଼ିଶା ପ୍ରଦେଶ କଂଗ୍ରେସ କିଷାନ କମିଟି ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଆଜି ଦାରିଙ୍ଗବାଡ଼ି ଗସ୍ତରେ ଯିବା ସହିତ ଅଞ୍ଚଳରେ ଥିବା ଶୀତଳଭଣ୍ଡାର ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଥିଲେ। ବ୍ଳକର ୧୨ ଟି ସ୍ଥାନରେ…
Read More...

ଡାକ୍ତରଖାନା ପରିସରରେ ବୁଲୁଛି ଜଗା

ଫୁଲବାଣୀ : ଜଗା  ଆଜି ନିଜ କ୍ୟାବିନରୁ ବାହାରି ଡାକ୍ତରଖାନା ଭିତରେ ବୁଲାବୁଲି କରୁଛି। ଆଜି ଏଭଳି ଏକ ଭିଡିଓ ଭାଇରାଲ ହୋଇଛି। ବାପା ଭୂୟାଁଙ୍କ ସାଙ୍ଗରେ ଶିଶୁ ବିଭାଗ ପରିସର ମଧ୍ୟରେ ବୁଲାବୁଲି କରିଥିଲା ଜଗା। ଯେ…
Read More...

‘ସମାଜ’ରେ ଖବର ପ୍ରକାଶ ପରେ ସମ୍ବଲପୁର ପୁଲିସ ସକ୍ରିୟ, ଦାନୀପାଲି ଭୂଜାଲି ମାଡ ଘଟଣାରେ ୫ ଗିରଫ

ସମ୍ବଲପୁର: ଅଇଁଠାପାଲି ଥାନା ଅର୍ନ୍ତଗତ ଦାନୀପାଲିରେ ଘଟିଥିବା ଭୂଜାଲି ମାଡ ଘଟଣା ବିଷୟରେ ଦୈନିକ 'ସମାଜ'ରେ ସମ୍ବଲପୁର ପୁଲିସ ସକ୍ରିୟ ହୋଇଛି। ଘଟଣା ପଛରେ ରିଏଲ ଇଷ୍ଟେଟ ବିବାଦ ରହିଥିବା ଏସପି ବାଟ୍ଟୁଲା ଗଙ୍ଗାଧର…
Read More...

ଖରସ୍ରୋତା ନଦୀରେ ବୁଡ଼ି ଯାଇ ୨ ଭାଇଙ୍କ ମୃତ୍ୟୁ

ଯାଜପୁର ସଦର/ରସୁଲପୁର : ଯାଜପୁର ବ୍ଲକ ବେରୁଦା ପଞ୍ଚାୟତ ଚିନ୍ତାପଲ୍ଲୀ ଗ୍ରାମର କାହ୍ନୁଚରଣ ଚନ୍ଦଙ୍କ ୨ ପୁଅ ଦିନବନ୍ଧୁ ଚନ୍ଦ(୧୮) ଓ ଦିବାକର ଚନ୍ଦ(୧୬) ମଧ୍ୟାହ୍ନରେ ଖରସ୍ରୋତା ନଦୀକୁ ଗାଧେଇବାକୁ ଯାଇଥିଲେ।…
Read More...

ରବିଧାନରେ ଏବେ ବ୍ଲାଷ୍ଟ ଓ କାଣ୍ଡବିନ୍ଧା ପୋକର ପ୍ରଭାବ

କଲମପୁର : କଳାହାଣ୍ଡି ଜିଲା ଧର୍ମଗଡ ଉପଖଣ୍ଡ ଅଂଚଳରେ ଜାରି ରହିଛି ରବି ଧାନ ଚାଷ। ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ୱେ ଚାଷୀ ଏବେ ଚାଷ କାର୍ଯ୍ୟ କରୁଥିବା ବେଳେ ଦାଉ ସାଧୁଛି ରୋଗ ପୋକର ପ୍ରଭାବ। ୪୦ ପ୍ରତିଶତ ଚାଷୀ…
Read More...

ଜଳୁଛି ସିଙ୍ଗାରୀ ଓ ଦେବଗିରୀ ସଂରକ୍ଷିତ ଜଙ୍ଗଲ, ବନ ବିଭାଗର ନିଆଁ ଲିଭାଳି ଦଳ ନିୟୋଜିତ

କଲମପୁର : ଦିନକୁ ଦିନ ବୃଦ୍ଧି ପାଉଛି ଗ୍ରୀଷ୍ମ ତାପର ପ୍ରଭାବ। ଲୋକେ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ତ୍ରାହି ତ୍ରାହି ଡାକୁଥିବା ବେଳେ ସମଗ୍ର ରାଜ୍ୟର ଜଙ୍ଗଲରେ ଏବେ ନିଆଁର ରାଜୁତି। ଏହି ନିଆଁ ଦାଉରୁ ବର୍ତ୍ତି…
Read More...

ତେନ୍ତୁଳିଖୁଣ୍ଟି ଗାଁ ରାସ୍ତା କଡ ପାଲଟିଛି ଆବର୍ଜନାର ପାହାଡ, ବାହ୍ୟ ମଳମୁକ୍ତ ଘୋଷଣା କେବଳ ଧର୍ମକୁ ଆଖିଠାର

କଲମପୁର : ତେନ୍ତୁଳିଖୁଣ୍ଟି ଗାଁ ଦେଇ ଯାଇଛି କଲମପୁର ମୁଖିଗୁଡା ମୁଖ୍ୟ ରାସ୍ତା। ରାସ୍ତାର ଉଭୟ ପାର୍ଶ୍ବରେ ରହିଛି ଜନବସତି। କିନ୍ତୁ ଗାଁରେ କୌଣସି ଆବର୍ଜନା କୁଣ୍ଡ ନଥିବାରୁ ଲୋକେ ନିଜ ଘରେ ବ୍ୟବହୃତ ହେବା ପରେ ସମସ୍ତ…
Read More...

କଟକଣାରେ ଦୋଳ ମେଲଣ

ଚୌଦ୍ୱାର :  କରୋନା କଟକଣା ଭିତରେ ଚୌଦ୍ୱାରରେ ଗୁରୁବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି ରାଜଦୋଳ ମେଳଣ। ପରମ୍ପରା ଅନୁଯାୟୀ ଚୌଦ୍ୱାରର ୪୪ ମଣ୍ଡଳ ରାଜଦୋଳର ପ୍ରଥମ ମେଲଣ ଶୁକ୍ଳପକ୍ଷ ଏକାଦଶୀ ସନ୍ଧ୍ୟାରେ ଆଗ୍ରାହାଟ ସ୍ଥିତ…
Read More...

ସିନାପାଲିରେ ୨୯ କରୋନା ପଜିଟିଭ ଚିହ୍ନଟ

ସିନାପାଲି : ମହାମାରୀ କରୋନା ପ୍ରଭାବରେ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ସିନାପାଲିରେ ୨୯ ଜଣଙ୍କ ନମୁନା ପଜିଟିଭି ଆସିଥିବା ଜଣାପଡ଼ିଛି। ସିନାପାଲି ବ୍ଲକ ଗୋଡ଼ାଲ…
Read More...

ତରବରିଆ ଭାବେ ଇନଡୋର ଷ୍ଟାଡିୟମ ପାଇଁ ଜମି ଚିହ୍ନଟ ଆରମ୍ଭ

ଗୁଣପୁର : ବହୁଦିନ ଧରି ଦାବି ହୋଇ ଆସୁଥିବା ଗୁଣପୁର ସହରରେ ଏକ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଆଜି ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ଉକ୍ତ ସ୍ଥାନକୁ ଯିବାପାଇଁ ଓସାରିଆ ରାସ୍ତା…
Read More...

୨ଟି ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୨ ପୋଷ୍ଟମାଷ୍ଟର ସହ ୩ମୃତ, ଜଣେ ଗୁରୁତର

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଡିଗସିରା ଏବଂ ରାଣିଗଞ୍ଜ ଯାନୀତୋଟା ନିକଟରେ ବୁଧବାର ୨ଟି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ…
Read More...

ରକ୍ତ ଅପେକ୍ଷାରେ ମୁହଁ ଖୋଲି ରହିଛି ପୋଲ, ଜୀବନହାନି ପରେ ଦୃଷ୍ଟି ପଡିବ କି ପ୍ରଶାସନର ?

ରେଙ୍ଗାଲି କ୍ୟାମ୍ପ : ଅତାବିରା ରୁ ଟୋପ ଗ୍ରାମକୁ ଯିବା ରାସ୍ତାରେ ରହିଛି ଏକ ପୋଲ। ଯେଉଁ ପୋଲ ଦେଇ ପ୍ରତିଦିନ ୬ଟି  ପଞ୍ଚାୟତର ଲୋକେ ଯିବା ଆସିବା କରିଥାନ୍ତି। ଟୋପ ଗାଁର ଆଗକୁ ରହିଛି ପେଟ୍ରୋଲ ଟାଙ୍କି । ତେଣୁ ବଡ…
Read More...

ନାହିଁ ନାହିଁରେ ଉର୍ମିଳା ଓ କାଞ୍ଚନ ; ସରକାରୀ ସହାୟତାରୁ ବଞ୍ଚିତ ମା, ଝିଅଙ୍କୁ

ଆଗଲପୁର : ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଗ୍ରାମର ଉର୍ମିଲା ସାହୁ ୮୪ ବର୍ଷ। ତାଙ୍କ ଅବିବାହିତା ଝିଅ କାଞ୍ଚନ ସାହୁ ୬୩ ବର୍ଷ। ଉଭୟେ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ପାଇ ପାରି ନାହାନ୍ତି। ସେମାନେ ବହୁ ଦୁଃଖ…
Read More...

ହାତୀପଲ ରହୁଥିବା ପିପିଳିଆ ଜଙ୍ଗଲରେ ନିଆଁ; ଲୋକେ ଭୟଭୀତ

ପାଟଣା : ବାରଟି ହାତୀ ପିପିଳିଆ ଜଙ୍ଗଲରେ ଡେରା ପକାଇଥିବା ବେଳେ ଏହି ଜଙ୍ଗଲରେ ଆଜି ସନ୍ଧ୍ୟାରେ ହାତୀ ପଲଙ୍କୁ ଘଉଡାଇବା ପାଇଁ କେହି ଅସମାଜିକ ବ୍ୟକ୍ତି ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଶୁଖିଲା ଡାଳପତ୍ର…
Read More...

ପଥରମୁଣ୍ଡା ଗାଁରେ ହାତୀ ଆତଙ୍କ ; ଅଳ୍ପକେ ବର୍ତ୍ତିଲେ ପରିବାର, ଖାଦ୍ୟ ଅନ୍ୱେଷଣରେ ଭଙ୍ଗାରୁଜା

ଆଗଲପୁର : ଆଗଲପୁର ବ୍ଲକ ଅନ୍ତର୍ଗତ ଝରଣିପାଲି ପଞ୍ଚାୟତ ଅଧିନସ୍ଥ ପଥରମୁଣ୍ଡା ଗ୍ରାମର ଟଙ୍ଗେୁନୁ ପାଣ୍ଡେଙ୍କ ପରିବାର ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ, ଆଜି(ବୁଧୁବାର) ଭୋର ୫ ଟା…
Read More...

ପେଷାଦାର ଅପରାଧିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ – ଏସ୍‍ପି

ପିପିଲି : ଆଗାମୀ ପିପିଲି ଉପନିର୍ବାଚନକୁ ସଂପୂର୍ଣ୍ଣ ଅବାଧ ଓ ନିରପେକ୍ଷ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ପୁଲିସ ପକ୍ଷରୁ ଅଞ୍ଚଳର ସମସ୍ତ ପେଷାଦାର ଅପରାଧିଙ୍କ ତାଲିକା ପ୍ରସ୍ତୁତ ହୋଇଥିବା…
Read More...

ପ୍ଲଟିଂ ପାଇଁ ଚାଲିଛି ସଜବାଜ ; ଜବରଦଖଲକାରୀଙ୍କ କବଜାରେ ବଙ୍ଗୋମୁଣ୍ଡାର ମୂଲ୍ୟବାନ ସରକାରୀ ଜମି

ବଙ୍ଗୋମୁଣ୍ଡା : ଗରିବ ଭୂମିହୀନ ଲୋକଙ୍କୁ ଉପଯୁକ୍ତ ଥଇଥାନ ନିମନ୍ତେ ବସୁନ୍ଧରା ଯୋଜନାରେ ୪ ଡେସିମିଲ ଘର ଡିହ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଅନେକ ଯୋଗ୍ୟ ପରିବାର ଏହି ଯୋଜନାର ସୁବିଧା ପାଇପାରୁନାହାନ୍ତି।…
Read More...

୫୩ନଂ ଏନ୍‌ଏଚ୍‌ରେ ଗଡୁଛି ମୁଣ୍ଡ ; ୨୪ ଘଣ୍ଟାରେ ୨ଟି ଦୁର୍ଘଟଣା

ଗଡ଼ମଧୁପୁର : ଯାଜପୁର ଜିଲା ଚଣ୍ଡିଖୋଲ ଡୁବୁରୀ ୫୩ ନଂ ଜାତୀୟ ରାଜପଥରେ ଦୁଇ ଦୁଇଟି ଦୁର୍ଘଟଣା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ପ୍ରଥମ ଦୁର୍ଘଟଣାଟି ଭଡଙ୍ଗା ଛକଠାରେ ହୋଇଥିବା ବେଳେ ଦ୍ବିତୀୟଟି କିଛି ଦୂର…
Read More...

ନିର୍ମାଣାଧିନ ଆଇଜର କ୍ୟାମ୍ପସ ପରିସରେ ଅଘଟଣ, ତିନିମହଲା କୋଠାରୁ ପଡି ଶ୍ରମିକ ମୃତ୍ୟୁ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଲଉଁଡିଗା ଠାରେ ନିର୍ମାଣ ହେଉଥିବା ଆଇଜର କ୍ୟାମ୍ପସ ପରିସରରେ ଜଣେ ଠିକା ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ନିର୍ମାଣଧିନ ତୃତୀୟ ମହଲା କୋଠାରୁ ପଡି ଗୁରୁତର ଅବସ୍ଥାରେ ମେଡିକାଲରେ…
Read More...

ପରିବାରକୁ ଗାଁରେ ବାସନ୍ଦ ଘଟଣା ; ମହଙ୍ଗା ପଡ଼ିଲା କଙ୍ଗାରୁ କୋର୍ଟ ନିଷ୍ପତ୍ତି, ୩୩ ଜଣଙ୍କ ନାମରେ ମାମଲା

ବୌଦ୍ଧ : କଙ୍ଗାରୁ କୋର୍ଟରେ ଗୋଟିଏ ପରିବାରକୁ ସାମାଜିକ ବାସନ୍ଦ କରିବା ମହଙ୍ଗା ପଡିଛି। ଅଦାଲତଙ୍କ ନିର୍ଦେଶ ପରେ ଗ୍ରାମର ୩୩ ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ସୂଚନା ମୁତାବକ ନୂଆବର୍ଷ ଭୋଜିରେ ମଦ୍ୟପାନ…
Read More...

ପିପିଲି ଉପନିର୍ବାଚନ ; ଅପ୍ରେଲ ୧୭ରେ ମତଦାନ, ମେ ୨ରେ ଭୋଟଗଣତି

ପିପିଲି : ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଖାଲି ପଡିଥିବା ଏହି ବିଧାନସଭା ଆସନରେ ଆସନ୍ତା ଅପ୍ରେଲ ୧୭ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏସଂପର୍କରେ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି…
Read More...

ବାଲି ଚୋରାଚାଲାଣ ବେଳେ ୪ଟ୍ରାକ୍ଟର ଧରିଲେ ତହସିଲଦାର, ଜୋରିମାନା ଆଦାୟ

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ତହସିଲ ଅଧିନ ଭାମିନି ରାଜସ୍ବ ସର୍କଲ ନିକଟସ୍ଥ ଖିଲିଙ୍ଗରାଇ ବେଆଇନ  ମୋଜାରୁ ବାଲି ଚାଲାଣ ଅଭିଯୋଗରେ ୪ଟି ଟ୍ରାକ୍ଟର ଜବତ କରାଯାଇଛି। ରାମନାଗୁଡା ତହସିଲଦାର ଜୟଶ୍ରୀ ମଲ୍ଲିକ…
Read More...

ମାମୁଁ ଭଣଜାଙ୍କ ଯାଦୁ ; ସମ୍ବଲପୁରୀ ଶାଢ଼ୀରେ ଭାରତ ମାନଚିତ୍ର

ଡୁଙ୍ଗୁରିପାଲି : ସମ୍ବଲପୁରୀ ଶାଢ଼ୀ​‌ରେ ବାନ୍ଧ କଳାର ଏକ ସ୍ବାତନ୍ତ୍ରତା ରହିଛି। ସମ୍ବଲପୁରୀ ଶାଢ଼ୀର ବୁଣା ଶୈଳୀ ଏବଂ ରଙ୍ଗର ସମନ୍ବୟ ଗ୍ରାହକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ଦେଶ ବିଦେଶରେ ସେଥିପାଇଁ ସମ୍ବଲପୁରୀ…
Read More...

ଅଗ୍ନିକାଣ୍ଡରେ ଦୁଇ ଘର ବଖରା ଜଳିଗଲା

ହରଭଙ୍ଗା : ହରଭଙ୍ଗା ଥାନା ଅର୍ନ୍ତଗତ ଛତ୍ରଙ୍ଗ ପଂଚାୟତ ଡିମିରିଖୋଲ ଗାଁରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଗୋବିନ୍ଦ ଦେହୁରୀଙ୍କ ଦୁଇ ବଖରା ଚାଳଘର ପୋଡିପାଉଁଶ ହୋଇଯାଇଛି। ଖବରପାଇ…
Read More...

୨ ଟ୍ରକ୍ ସାମ୍ନାସାମ୍ନି ଧକ୍କା, ୨ ଆହତ

ଚୌଦ୍ୱାର : ୫୫ ନମ୍ବର ଜାତୀୟ ରାଜପଥର ଚୌଦ୍ୱାର ନିକଟସ୍ଥ ତୋଷାଳୀ ସିମେଣ୍ଟ କାରଖାନା ସାମ୍ନାରେ ମଙ୍ଗଳବାର ଅପରାହ୍ଣରେ  ୨ଟି ଟ୍ରକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ଉଭୟ ଟ୍ରକ୍ର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି ।…
Read More...

୫ ଅଫୁଟା ବୋମା ଜବତ, ୩ ଗିରଫ

ଚୌଦ୍ୱାର : ଚୌଦ୍ୱାର ପୁଲିସ ହାଉସିଂବୋର୍ଡ଼ ସ୍ଥିତ ମାଉସୀ ମା ମନ୍ଦିର ନିକଟରୁ ଏକ ଜରି ବ୍ୟାଗରେ ରଖା ଯାଇଥିବା ୫ଟି ଅଫୁଟା ବୋମା ଜବତ କରିବା ସହିତ ୩ଜଣକୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ଗିରଫ…
Read More...

ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ଶତ ବାର୍ଷିକ ଉପଲକ୍ଷେ ପ୍ରତିମୂର୍ତ୍ତି ତଳେ ପୁଷ୍ପମାଲ୍ୟ ଅର୍ପଣ

ଭୁବନେଶ୍ବର : ମହାତ୍ମାଗାନ୍ଧୀଙ୍କ ଓଡିଶାକୁ ଆଗମନର ଏକ ଶତ ବର୍ଷର ପୂର୍ତ୍ତି ଉପଲକ୍ଷେ କଟକ ମହାନଦୀ ବିହାର ସ୍ଥିତ ଡାକ ଲେଖା ଭବନରେ ଆଜି ଗାନ୍ଧୀଙ୍କ ସ୍ମୃତି ଉଦେଶ୍ୟରେ କାର୍ଯ୍ୟାଳୟ ପରିସରରେ ଥିବା ଗାନ୍ଧୀ…
Read More...

ଚିକେନ୍‍ କାଉଣ୍ଟରରେ ଚଢଉ ; ବିପୁଳ ପରିମାଣର ମଦ ଜବତ, ଜଣେ ଗିରଫ

ପିପିଲି : ପିପିଲି ଉପନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଚଢଉକୁ ଜୋରଦାର କରାଯାଇଥିବା ବେଳେ କଟକ ସ୍ଥିତ ରାଜ୍ୟ ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ୱାର୍ଡ ପକ୍ଷରୁ ମଙ୍ଗଳବାର ପିପିଲି ଥାନା ଅନ୍ତର୍ଗତ…
Read More...

୩ ଦଫା ଦାବିରେ ପ୍ରାଣୀ ଚିକିତ୍ସକଙ୍କ ଆନ୍ଦୋଳନ

ଫୁଲବାଣୀ : ୩ ଦଫା ଦାବି ନେଇ ଆଜି ସମଗ୍ର ଜିଲାରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନେ ଆନ୍ଦୋଳନ କରିବା ସହିତ ଏନେଇ ଏକ ଦାବିପତ୍ର କନ୍ଧମାଳ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ଗତ ଦିନରେ ବୌଦ୍ଧ ଜିଲା ମୁଖ୍ୟ ଜିଲା…
Read More...

ଦାଣ୍ଡରାସ୍ତାକୁ କେନ୍ଦ୍ରକରି ଆକ୍ରମଣ, ବାପ ପୁଅ ଆହତ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ସମସରପୁର ଗ୍ରାମରେ ଏକ ଦାଣ୍ଡରାସ୍ତାକୁ କେନ୍ଦ୍ର କରି ଗୋଟିଏ ପରିବାର ଲୋକଙ୍କ ଶାବଳ ମାଡରେ ସେହ ଗ୍ରାମର ବାପ ପୁଅ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସମସରପୁର ଗ୍ରାମର ଗଗନ ସ୍ୱାଇଁ ନିଜ…
Read More...

ସୁନ୍ଦରୀ ପ୍ରତିଯୋଗିତାରେ ଆଠଗଡ ଝିଅର କୃତିତ୍ୱ

ଆଠଗଡ : ଏକ ଜାତୀୟସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ଆଠଗଡ ସହର ଅନ୍ତର୍ଗତ ଗଦାସାହିର ଜଣେ ଝିଅ ଭାଗନେଇ ଦ୍ୱିତୀୟ ରନର୍ସଅପ ଓ ସାଇନିଂ ଷ୍ଟାର ଆଖ୍ୟା ଅର୍ଜନ କରିଛନ୍ତି। ଗଦାସାହିର ସନ୍ତୋଷ କୁମାର ଦାସ ଓ ନିର୍ମଳା…
Read More...

“ସମର୍ପଣ’’ ର ଉଦ୍ୟାପନୀ ସଂଧ୍ୟାରେ ଆଧ୍ୟାତ୍ମିକ ସଙ୍ଗୀତ ସହିତ ଅଭଙ୍ଗ ରଙ୍ଗରେ ଦର୍ଶକ ବିଭୋର

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ବିଭାଗ ସାହାଯ୍ୟରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ଅନୁଷ୍ଠିତ ହେଉଥିବା ସୁଫିୟାନା ଓ ଆଧ୍ୟାତ୍ମିକ ସଙ୍ଗୀତ କାର୍ଯ୍ୟକ୍ରମ "ସମର୍ପଣ' ର ଉଦ୍ୟାପନୀ ସଂଧ୍ୟାରେ ଦେଖିବାକୁ ମିଳିଥିଲା…
Read More...

ପଞ୍ଚୁଦୋଳ ଯାତ୍ରାରେ ବାଧକ ସାଜିଲା କରୋନା କଟକଣା; ସର୍ବସାଧାରଣରେ ହୋଲି ମନା

ଆଠଗଡ : ରାଜାରାଜୁଡା ଅମଳରୁ ଆଠଗଡ ଗଡଜାତ ଅଞ୍ଚଳରେ ଚାଲିଆସୁଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାରେ ଚଳିତବର୍ଷ ବାଧକ ସାଜିଛି କରୋନା କଟକଣା। ସଂପ୍ରତି ଦେଶର ବିଭିନ୍ନ ରାଜ୍ୟରେ ଓ ଓଡିଶାରେ ମଧ୍ୟ ୨ୟ ପର୍ଯ୍ୟାୟ କରୋନା…
Read More...

ଭିମ୍‌ସାର ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ; ମହାନଦୀ ପୋଲ ତଳୁ ମିଳିଲା ମୃତଦଦେହ, ହତ୍ୟା ଅଭିଯୋଗ

ବୁର୍ଲା : ପୁଣି ଚର୍ଚ୍ଚାର ପରିସର ଭୁକ୍ତ ହେଲା ମହାନଦୀ ପୋଲ। ପୁଣି ଜଣେ ଯୁବକଙ୍କ କ୍ଷତବିକ୍ଷତ ରକ୍ତାକ୍ତ ମୃତଦେହ ବୁର୍ଲା ମହାନଦୀ ପୋଲ ତଳୁ ଟାଙ୍ଗରା ଭୁଇଁରୁ ଉଦ୍ଧାର କରାଯାଇଛି। ପ୍ରଥମେ ଯୁବକଙ୍କ ପରିଚୟ ହସ୍ତଗତ…
Read More...

ଉଦ୍ଦେଶ୍ୟ ଆମର ମାଁ କୁ ସମ୍ମାନ ଓ ଗାଆଁ ର କଲ୍ୟାଣ

ରେଙ୍ଗାଲି କ୍ୟାମ୍ପ : ଆଜି ଅତାବିରା ବ୍ଲକ ଟୋପ ପଞ୍ଚାୟତ ସ୍ତରୀୟ ମହିଳା ସମାବେଶ ଟୋପ ହାଇ ସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହୋଇ ଯାଇଛି। ସରପଞ୍ଚ ଶ୍ରୀ ରାମଶଙ୍କର ପ୍ରଧାନ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାବେଶ ରେ …
Read More...

ଖଜୁରୀତାଡି ଜବତ, ଜଣେ ଗିରଫ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଠିଡିକାଯୋରରୁ ସୋମବାର ଅବକାରୀ ବିଭାଗ ଚଢଉ କରି ୧୦ଲିଟର ଖଜୁରୀତାଡି ଜବତ କରିଛି। ଏହି ଘଟଣାରେ ସୁଦର୍ଶନ ବେହେରା(୨୭) ଭଳି ଜଣେ ଅଭିଯୁକ୍ତକୁ ଗିରଫ କରିଛି।…
Read More...

ଲିବ୍ରାକାର୍ପେଟ ପରିସରରେ ଲାଗିଲା ନିଆଁ

ଚୌଦ୍ୱାର : ଚୌଦ୍ୱାର ସ୍ଥିତ ବନ୍ଦ ଲିବ୍ରାକାର୍ପେଟ ପରିସରରେ ସୋମବାର ପୁର୍ବାହ୍ନରେ ହଠାତ୍ ନିଆଁ ଲାଗି ଯାଇଥିଲା । ୧୧ଟା ୪୦ ମିନିଟ୍‌ ସମୟରେ ନିଆଁ ଲାଗିବା ଆରମ୍ଭ ହୋଇଥିବାବେଳେ ୨ଟି ଦମକଳ ଦ୍ୱାରା ଅପରାହ୍ନ ୪ଟା…
Read More...

ଗ୍ରୀଷ୍ମ ଆରମ୍ଭରୁ ଦେଖା ଦେଲାଣି ଜଳକଷ୍ଟ, ହାଣ୍ଡିଏ ପାଣି ପାଇଁ ନାଳ ହିଁ ଭରସା

ରାମନାଗୁଡା : ଗ୍ରୀଷ୍ମ ଆରମ୍ଭରୁ ରାୟଗଡ଼ା ଜିଲ୍ଲାର ରାମନାଗୁଡା ଅଧିନ ଅଧିକାଂଶ ଗାଁରେ ପିଇବା ପାଣିର ଅଭାବ ଦେଖା ଦେଇଛି । କେଉଁଠି ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା ନାହିଁ ତ ଆଉ କେଉଁଠି ନଳକୂଅ ଅଛି ପାଣି ବାହାରୁନି…
Read More...

ଖୋଲୁନି ଶ୍ରମିକ ମୃତ୍ୟୁ ଘଟଣା ଗୁମର, ହେଉନି କାର୍ଯ୍ୟାନୁଷ୍ଠାନ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଖରଶଙ୍କୁଲେଇଠାରେ ନିର୍ମାଣଧିନଥିବା ଧଳପୁର-ଆଠମଲ୍ଲିକ ମହାନଦୀ ସେତୁରେ ତିନି ତିନି ଜଣ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ପରେ ବି ସଂପୃକ୍ତ ଠିକାସଂସ୍ଥା ରଣଜିତ ବିଲ୍ଡକନ…
Read More...

ଅବକାରୀ ଚଢାଉ ; ୫୦ କେଜି ଗଂଜେଇ ଜବତ, ୬ ଗିରଫ

ଫୁଲବାଣୀ : ଅବକାରୀ ବିଭାଗ ଦ୍ୱାରା ଚଢାଉ କରାଯାଇ ୫୦ କେଜି ଗଂଜେଇ ଜବତ କରାଯିବା ସହ ୬ ଜଣଙ୍କୁ ଗିରଫ କରାଯାଇଛି। ଏହି ଚୋରା କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ଦୁଇଟି କାର ଓ ଗୋଟିଏ ମଟର ସାଇକେଲ ଜବତ ହୋଇଥିବା…
Read More...

ଡରାଉଛି ବିଲ ନିଆଁ

ବୌଦ୍ଧ : ଗ୍ରୀଷ୍ମ ପ୍ରବାହ ଧିରେ ଧିରେ ବୃଦ୍ଧି ପାଉଥିବାବେଳେ ବୌଦ୍ଧଜିଲାର ଚାରିପଟେ ଜଙ୍ଗଲ ଗୁଡିକରେ ଲାଗିଥିବା ନିଆଁ ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି। ସେହିପରି ଆଗାମୀ ଚାଷକୁ ଦୃଷ୍ଟିରେ ରଖି ବିଲ ପ୍ରସ୍ତୁତ…
Read More...

ଆମ ସହର ଆମ ସମସ୍ୟା : ଚିନ୍ତା ବଢାଉଛି ପାନୀୟଜଳ

ବୌଦ୍ଧ : ମହାନଦୀ କୂଳରେ ଅବସ୍ଥିତ ବୌଦ୍ଧ ସହରବାସୀଙ୍କ ପାନୀୟଜଳ କଷ୍ଟ ବଢିବାରେ ଲାଗିଛି। ସମସ୍ତ ସରକାରୀ ସଭା ସମିତିରେ ପାନୀୟଜଳ ସମସ୍ୟା ବିଷୟରେ ଆଲୋଚନା କରାଯାଇ ମହାନଦୀରେ ଅଳ୍ପ ଉଚ୍ଚତାରେ ଚେକ୍ଡେମ ନିର୍ମାଣ ପାଇଁ…
Read More...

ନିଆଁ ଝାସରେ ପୋଡ଼ିଗଲେ ବୃଦ୍ଧ ବନ ଜଗୁଆଳି

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡର ଠାକୁରମୁଣ୍ଡା ବନାଞ୍ଚଳରେ ଅଭାବନୀୟ କାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଦେଶ ବିଶ୍ୱ ବନ ଦିବସ ପାଳନ କରୁଥିବା ବେଳେ ଜଙ୍ଗଲ ନିଆଁରେ ମୃତ୍ୟୁବରଣ କରିଛନ୍ତି…
Read More...

ପାଣି ବୋତଲ କମ୍ପାନୀରେ ଚଢାଉ

ଗୋପାଳପୁର : କନିଷି ତହସିଲ ଅନ୍ତର୍ଗତ ବିଶ୍ବନାଥପୁର ଠାରେ ବେଆଇନ ଭାବେ ଚାଲୁଥିବା ପାଣି ବୋତଲ ପ୍ରସ୍ତୁତ କମ୍ପାନୀ ଉପରେ ତହସିଲଦାରଙ୍କ ପକ୍ଷରୁ ଚଢାଉ କରାଯିବା ସହ ସିଲ କରାଯାଇଥିବା ଜଣାପଡିଛି। ଆଜି ସକାଳେ ଏକ…
Read More...

ଗିରିସୋଲା ହତ୍ୟାକାଣ୍ଡ ଘଟଣାରେ ୨ଗିରଫ

ଗୋପାଳପୁର : ଗୋଳନ୍ଥରା ଥାନା ଅଧୀନ ଗିରିସୋଲା ଗାଁର ହତ୍ୟା ଘଟଣାରେ ପୁଲିସ ପକ୍ଷରୁ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ପୁଲିସ ଗୋଟିଏ ଖଣ୍ଡା ଓ ଲୁହା ରଡ଼ ଜବତ କରିଥିବା ସୂଚନା ମିଳିଛି। ଗିରଫ ହୋଇଥିବା ୨…
Read More...

ଚିକିତ୍ସାଧିନ ଅବସ୍ଥାରେ ନବମଶ୍ରେଣୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡାବ୍ଲକ ପେଣେକାମ ସେବାଶ୍ରମରେ ଚିକିତ୍ସାଧିନ ଅବସ୍ଥାରେ ନବମଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ ରବିନ୍ଦ୍ର ଉଲାକା। ସୂଚନା ମୁତାବକ ଉକ୍ତ ଛାତ୍ର…
Read More...

କୁଣ୍ଡପାଟଣା ଗ୍ରାମର ନୂଆସାହିରେ ଗ୍ୟାସ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ

ରସୁଲପୁର : ରସୁଲପୁର ବ୍ଲକ ଅନ୍ତର୍ଗତ ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ରାଉତରାପୁର ପଂଚାୟତ କୁଣ୍ଡପାଟଣା ଗ୍ରାମର ନୂଆସାହିରେ ଆଜି ଅପରାହ୍ନରେ ଗ୍ୟାସ ଟାଙ୍କି ଫାଟି ଯିବାରୁ ଭୟାବହ ଅଗ୍ନିକାଣ୍ଡ ଘଟି ଉକ୍ତ ଗ୍ରାମର…
Read More...

ସାପ କାମୁଡା ମୃତ୍ୟୁ ଉଦ୍‌ବେଗଜନକ, ୪ ବର୍ଷରେ ଗଲାଣି ୨୨ ଜଣଙ୍କ ଜୀବନ

ହରଭଙ୍ଗା : ବଣ ପାହାଡ ଘେରା ବୌଦ୍ଧଜିଲ୍ଲାରେ ସାପକାମୁଡା ମୃତ୍ୟୁ ଉଦବେଗଜନକ ସ୍ଥିତିରେ ପଂହଚିଛି । ଗତ ୪ବର୍ଷରେ ଜିଲ୍ଲାରେ ସାପକାମୁଡାରେ ୨୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ମତେ ଗତ ୨୦୧୭ରୁ ୨୦୨୦…
Read More...

ଚଳିତ ସପ୍ତାହରେ ୪୫୫ଜଣଙ୍କୁ କୋଭିଡ ଟିକା

ଆଠଗଡ : ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ସପ୍ତାହର ୬ଦିନ ଅର୍ଥାତ ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ବରିଷ୍ଠ ନାଗରିକ, ବିଭିନ୍ନ ରୋଗରେ ଆକ୍ରାନ୍ତ ୪୫-୫୯ ବର୍ଷ ବୟସ୍କ ବ୍ୟକ୍ତି ଏବଂ ଆଗଧାଡିର କରୋନା ଯୋଦ୍ଧାଙ୍କୁ କୋଭିଡ…
Read More...

ଆଠଗଡ ଡାକ୍ତରଖାନା ପାଇଲା ଆଇଏସଓ ୯୦୦୧ ପ୍ରମାଣପତ୍ର

ଆଠଗଡ : ଆଠଗଡବାସୀଙ୍କ ପାଇଁ ଏକ ଖୁସିର ଖବର ହେଲା ଆଠଗଡ ଉପଖଣ୍ଡ ଡାକ୍ତରଖାନା ଉନ୍ନତ ଭିତ୍ତିଭୂମି ଓ ସ୍ୱାସ୍ଥସେବା ପାଇଁ ଆଇଏସଓ ୨୦୦୧:୨୦୧୫ ମାନ୍ୟତାର ପ୍ରମାଣପତ୍ର ପାଇଛି। ଉପଖଣ୍ଡସ୍ତରୀୟ ଡାକ୍ତରଖାନାଗୁଡିକ ମଧ୍ୟରେ…
Read More...

କୋରଏରିଆ ପଦ୍ମତୋଳରୁ ବିସ୍ଥାପିତ ହେବେ ୩ ପରିବାର

ହରଭଙ୍ଗା : ନୟାଗଡ ବନ୍ୟପ୍ରାଣି ବନଖଣ୍ଡ ଅଧିନସ୍ଥ ବୌଦ୍ଧ ଜିଲ୍ଲା କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର କୋରଏରିଆରେ ଥିବା ପଦ୍ମତୋଳା ଗ୍ରାମର ସମୁଦାୟ ୩ଟି ପରିବାରଙ୍କୁ ବିସ୍ଥାପିତ ପାଇଁ ଜିଲ୍ଲା ପ୍ରଶାସନ ଏବଂ…
Read More...

କନ୍ଧମାଳରେ ପୁଣି ଜଣେ ପଜିଟିଭ, ଆକ୍ଟିଭ କେସ ଦୁଇ

ଫୁଲବାଣୀ : ଧିରେ ଧିରେ ପୁଣି ଡରାଉଛି କନ୍ଧମାଳରେ କରୋନା। ବାରମ୍ବାର ଶୂନ ଛୁଇଁବା ପରେ ପୁଣି ଫେରି ଆସୁଛି ଏହି କରୋନା। କିଛି ଦିନ ତଳେ ଜିଲାରେ ଉଭୟ ନୂଆ ସଂକ୍ରମିତ ଓ ଆକ୍ଟିଭ କେସ ଶୂନ ଥିବା ବେଳେ ଏବେ ପୁଣି  ଜିଲାରେ…
Read More...

୬ କୋଟିର ୩ଟି ପ୍ରକଳ୍ପ ଶୁଭଦଘାଟନ କଲେ ବିଧାୟକ ଏବଂ ସାଂସଦ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ତରଫରୁ ଆଜି ୨ଟି ବ୍ଲକ ର ଛଅ କୋଟି ରୁ ଉର୍ଦ୍ଧ୍ବ ଟଙ୍କାର ୩ଟି ପ୍ରକଳ୍ପର ଶୁଭଦଘାଟନ କଲେ ବିଧାୟକ ଏବଂ ସାଂସଦ। ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ତରଫରୁ…
Read More...

ନାବାଳିକା ଅପହରଣ ମାମଲା; ୫ଦିନ ପରେ ବି ମିଳୁନି ସନ୍ଧାନ, ଆଶା ଓ ଆଶଙ୍କାରେ ପରିବାର

ମୁଖୀଗୁଡା : ଜୟପାଟଣା ଥାନା ଅନ୍ତର୍ଗତ ବଡ କଲରାକୋଟ ଗ୍ରାମର ନାବାଳିକା ଅପହରଣ ହେବାର ପାଞ୍ଚ ଦିନ ବିତି ଯାଇଥିଲେ ହେଁ ପୁଲିସ ନାବାଳିକାର ସନ୍ଧାନ ପାଇପାରି ନ ଥିବାରୁ ପରିବାରଲୋକେ ଆଶା ଓ ଆଶଙ୍କାରେ ରହିଛନ୍ତି ।…
Read More...

ବହୁ ଗୁଣକାରୀ ବାସହୀନ ପଳାଶ ଫୁଲ

ହରଭଙ୍ଗା : ଋତୁରାଜ ବସନ୍ତର ଆଗମନରେ ବୃକ୍ଷଲତା ପତ୍ରଝଡା ଯୋଗୁଁ ସବୁଜ ଧରାପୃଷ୍ଠ ରଙ୍ଗହୀନ ହୋଇପଡିଥାଏ।ଏହି ସମୟରେ ପ୍ରକୃତିରାଣୀକୁ ନିଜ ରଙ୍ଗରେ ରଙ୍ଗୀନ କରିଥାଏ ଲାଲ ବର୍ଣ୍ଣର ପଳାଶ ଫୁଲ। ବିଶେଷକରି ଏହି ସମୟରେ…
Read More...

ନବରଙ୍ଗପୁରରେ ପ୍ରତିଷ୍ଠା ହେବ ଓଡିଶାର ପ୍ରଥମ “ହେଲିପୋର୍ଟ”

ନବରଙ୍ଗପୁର : ଓଡିଶାରେ ପ୍ରଥମ ଭାବେ ନବରଙ୍ଗପୁରରେ ପ୍ରତିଷ୍ଠା ହେବାକୁ ଯାଉଛି “ହେଲିପୋର୍ଟ”। ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ରଙ୍କର ଆନ୍ତରିକ ଉଦ୍ୟମରେ ଏଥିପାଇଁ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଭାରତୀୟ…
Read More...

ଗୋପାଳପୁରରେ ବିଶ୍ବ ଘର ଚଟିଆ ଦିବସ ପାଳିତ 

ଗୋପାଳପୁର :  ମାର୍ଚ୍ଚ ୨୦ ବିଶ୍ଵ ଘର ଚଟିଆ ଦିବସ ଅବସରରେ ଆଜି ଗୋପାଳପୁର ଠାରେ ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତି ପକ୍ଷରୁ ବିଶ୍ଵ ଘର ଚଟିଆ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ…
Read More...

ମାମୁଁ ଭଣଜାଙ୍କ ଥଟ୍ଟା ମଜା ରୁ ମରଣାନ୍ତକ ଆକ୍ରମଣ

ରେଙ୍ଗାଲିକ୍ୟାମ୍ପ : ସାଧାରଣ ଥଟ୍ଟା ମଜା ବେଳେବେଳେ ବିପଦକୁ ସ୍ଵାଗତ କରିଥାଏ ଆଜି ତାର ପ୍ରମାଣ ମିଳିଛି ଅତାବିରା ବ୍ଲକ ର ଟୋପ ମାଙ୍ଗିଲି ପଡ଼ାରେ। ଝିମିଟି ଖେଳରୁ ମହାଭାରତ ପରି ଆଜି ଏକ ସାମାନ୍ୟ ଘଟଣାରୁ ଛୁରାମାଡ…
Read More...

ବିଜୁ ବାବୁଙ୍କୁ ଭାରତରତ୍ନଦେବାକୁ ରାଜ୍ୟସଭାରେ ଦାବି କଲେ ସାଂସଦ ମୁନା ଖାଁ

ନବରଙ୍ଗପୁର : ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ରାଜ୍ୟସଭାରେ ଦାବି କରିଛନ୍ତି ରାଜ୍ୟସଭା ସାଂସଦ ମୁନା ଖାଁ। ବିଜୁବାବୁ ପାଇଲଟ ଥିବାବେଳେ…
Read More...

ଚନ୍ଦ୍ରଶେଖରପୁର ଗାଁରୁ ଆଉ ୧୦ଜଣ କିଡନୀ ରୋଗୀ ଚିହ୍ନଟ ; ୨୨ପରିବାରରୁ ୩୧ ଜଣ ଆକ୍ରାନ୍ତ, ଆଖିବୁଜିଲେଣି ୧୨ଜଣ

ହରଭଙ୍ଗା : ସାରା ବିଶ୍ୱରେ କରୋନା ମହାମାରୀ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।ମାତ୍ର ବୌଦ୍ଧ ଭଳି ଏକ ଅନୁନ୍ନତ ଜିଲ୍ଲାର ହରଭଙ୍ଗା ବ୍ଲକ ଧଳପୁର ପଂଚାୟତର ଚନ୍ଦ୍ରଶେଖରପୁର ଗାଁରେ କିଡନୀରୋଗ ଭୟାବହତା କରୋନା…
Read More...

“ନୋ ମାସ୍କ ନୋ ଏଣ୍ଟ୍ରୀ” ଯାଞ୍ଚ କଡାକଡି ; ମୋଟ ୫୯୦୦/ ଟଙ୍କା ତଣ୍ଡ ଆଦାୟ

ଜି ଉଦୟଗିରି : ମାଡି ଆସୁଛି କରୋନା ମହାମାରୀର ଦ୍ୱିତୀୟ ଲହର। ଏହି ଦ୍ବିତୀୟ ଲହର ଅଧିକ ଶକ୍ତିଶାଳୀ ଏବଂ ଶୀଘ୍ର ସଂକ୍ରମଣ ହେଉଥିବା ଭୟରେ ପୂର୍ବରୁ ପ୍ରଶାସନ ତରଫରୁ ବାରମ୍ବାର ପ୍ରଚାର କରି ଲୋକଙ୍କୁ ସଚେତନ କରାଇବା ସହ…
Read More...

ଦୀର୍ଘ ଦିନର ଆଶା ପୂରଣ ହେଲା ; ସାଧୁବାଦ୍ ଜଣାଇଲେ ଅଂଚଳବାସୀ

ନର୍ଲା : କଳାହାଣ୍ଡି ଜିଲ୍ଲା କୁଶୁର୍ଲା, ଯୋରାଡୋବରା ଅଂଚଳରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ନଥିବାରୁ ଲୋକେ ବହୁ ହଇରାଣ ହରକତ ହେଉଛନ୍ତି। ଏହାକୁ ନେଇ ଉକ୍ତ ଅଂଚଳରେ ସଂପୃକ୍ତ ବ୍ୟାଙ୍କର ଶାଖାଟିଏ ଖୋଲିବା ପାଇଁ ଦାବି…
Read More...

ସିଙ୍ଗଲପଡା ବନ୍ଧର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଦାବିପତ୍ର

କଂଟାବାଞ୍ଜି : କଂଟାବାଞ୍ଜି ସହର ୱାର୍ଡ ନଂ ୧୨ ଓ ୧୩ ର ଅବସ୍ଥିତ ପୋଖରୀର ପୁନଃରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ବିଜେଡିର ବରିଷ୍ଠ ନେତା ଅଜୟ ଦାସଙ୍କ ନେତୃତ୍ୱରେ ସିଙ୍ଗଲପଡା ଏବଂ ବେହେରା ପଡା ବାସିନ୍ଦା ମାନେ…
Read More...

ପରୀକ୍ଷାର୍ଥିଙ୍କ ସଫଳତା ପାଇଁ ବୈଠକ ‘ମାନସ ମନ୍ଥନ’

ନର୍ଲା : ଆଗକୁ ମାଟ୍ରିକ୍ ପରୀକ୍ଷା। ପରୀକ୍ଷାର୍ଥିଙ୍କ ପାଇଁ ଆଉ ୪୪ ଦିନ ବାକି ରହିଥିବା ବେଳେ କୋଭିଡ୍-୧୯ ସଂକ୍ରମଣ ପାଇଁ ଛାତ୍ରଛାତ୍ରୀ ଅଧ୍ୟୟନ ଜନିତ ବହୁ ସମସ୍ୟା ଭୋଗିଛନ୍ତି । ବ୍ଲକର ଛାତ୍ରଛାତ୍ରୀ କିପରି ଏହି…
Read More...

ବାପା ଯାଇଛି ଦାଦନ ଖଟି ; ଜୀବନ ମରଣ ସହ ସଂଗ୍ରାମ କରୁଛି ପୁଅ, ଚିକିତ୍ସା ପାଇଁ ଅର୍ଥ ଓ ବିଦ୍ୟୁତ୍ ବାଧକ

କଲମପୁର : ଘରେ ପୁଅଟିଏ ଜନ୍ମ ହେଲେ ପରିବାର ମଧ୍ୟରେ ଖେଳିଯାଏ ଆନନ୍ଦ। ଖୁସି ବ୍ୟକ୍ତ କରନ୍ତି ବାପା ମାଆ। ସତେଯେମିତି ସେମାନଙ୍କ କୋଳରେ ଆକାଶରୁ ଆନନ୍ଦ ଖସି ପଡିଛି। ଆଶା କରନ୍ତି ପୁଅଟି ବାପା ମାଆଙ୍କ ବୃଦ୍ଧ କାଳରେ…
Read More...

ମୋହନାରେ” ଶିଶୁ ସମ୍ପର୍କ ଯାତ୍ରା”

ମୋହନା : ପିତୃମାତୃହୀନ ପିଲାଙ୍କୁ ଥାଇଥାନ ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ଓ ଅଗ୍ରାଧିକାର ଭିତ୍ତିରେ ପିଲାମାନଙ୍କୁ କିପରି ଥଇଥାନ କରାଯିବ ତାହା ଉପରେ କାର୍ଯ୍ୟ ଆରମ୍ଭ କରିଛି। ପ୍ରଥମେ ଅଙ୍ଗନବାଡି…
Read More...

୫୦ ରୁ ଉର୍ଦ୍ଧ୍ବ ଅନ୍ୟ ଦଳର କର୍ମୀ ବିଜେଡିରେ ସାମିଲ

କଂଟାବାଞ୍ଜି : ତୁରେକେଲା ବ୍ଲକ ଅନ୍ତର୍ଗତ ଝରଣୀ ଗ୍ରାମ ପଂଚାୟତରେ ୫୦ ରୁ ଉର୍ଦ୍ଧ୍ବ ବିଜେପି କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ଦେଶୀ ବନ୍ଧୁକ ସହ ଜଣେ ଶିକାରୀ ଗିରଫ

ଜି.ଉଦୟଗିରି : ରାଇକିଆ ବନ ବିଭାଗର ବଡ଼ ସଫଳତା । ଦେଶୀ ବନ୍ଧୁକ ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ରାଇକିଆ ବନବିଭାଗ ରେଞ୍ଜ ଅନ୍ତର୍ଗତ ମାଣିକେଶ୍ଵର ରିଜର୍ଭ…
Read More...

ଓଟିଏମ୍ ହାଇସ୍କୁଲରେ ସ୍ୱଚ୍ଛତା ମିଶନ୍ ଶୁଭାରମ୍ଭ

ଚୌଦ୍ୱାର : ସ୍ଥାନୀୟ ଓଟିଏମ୍ ହାଇସ୍କୁଲରେ ସ୍ୱଚ୍ଛତା ମିଶନ୍ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । କଟକ ଜିଲାପାଳ ଭବାନୀ ଶଂକର ଚଇନୀ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରି ବିଦ୍ୟାଳୟ ଗୁଡ଼ିକରେ ଶୁଦ୍ଧ ପାନୀୟଜଳ ବ୍ୟବସ୍ଥା,…
Read More...

ଜେଲରେ ଅଭିଯୁକ୍ତଙ୍କ ହାତ ଧରିଲେ ପୀଡିତା 

ଚୌଦ୍ୱାର : ଚୌଦ୍ୱାର ମଣ୍ଡଳ କାରାଗାର ମଧ୍ୟରେ ଦ୍ୱିତୀୟ ଥର ଲାଗି ଜଣେ ପୀଡ଼ିତା ଓ ଅଭିଯୁକ୍ତଙ୍କ ମଧ୍ୟରେ ହିନ୍ଦୁ ରୀତିନୀତିରେ ଅନୁଷ୍ଠିତ ହୋଇଛି ବିବାହ। ଜେଲ ପରିସରରେ ଥିବା ଶିବ ମନ୍ଦିରରେ  ଜଣେ ବିଚାରଧିନ କଏଦୀ…
Read More...

ଲକ୍ଷାଧିକ ଟଙ୍କାର ଚୋରା କାଠ, କୋଇଲା ଜବତ

ଚୌଦ୍ୱାର :  କଟକ ବନଖଣ୍ଡ ଡାଳିଯୋଡାରେଞ୍ଜ ମଙ୍ଗରାଜପୁର ବନବିଭାଗ ତରଫରୁ ଏକ ମିନି ଟ୍ରକକୁ ଜବତ କରାଯିବା  ସହିତ ଲକ୍ଷାଧିକ ଟଙ୍କାର କାଠ କୋଇଲା ଜବତ କରାଯାଇଛି । ସୂଚନା ଅନୁଯାୟୀ ଆଠଗଡ ପଟୁ ଚୌଦ୍ୱାର ଆଡକୁ ଆସୁଥିବା…
Read More...

ସାମ୍ବାଦିକଙ୍କୁ ଟିକା ଦେବା ଯୋଜନାକୁ ଓୟୁଜେର ସ୍ବାଗତ

ବାଲେଶ୍ୱର : ରାଜ୍ୟ ସରକାର ସାମ୍ବାଦିକ ଓ ସମ୍ବାଦପତ୍ର ସଂସ୍ଥାରେ କର୍ତ୍ତବ୍ୟ ରତ କର୍ମଚାରୀଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିବା ସହ ଟିକାକରଣରେ ସାମିଲ କରିବା ପାଇଁ ଚିଠି କରିଥିବାରୁ ଓୟୁଜେ ବାଲେଶ୍ୱର ଶାଖା…
Read More...

ବିଜେପି କୋଭିଡ ଭାକସିନ ହେଲ୍ପ ଡେସ୍କ ଉଦ୍‌ଘାଟିତ

ବାଲେଶ୍ୱର : କୋଭିଡ଼ ଟିକାକରଣକୁ ତ୍ବରାନ୍ବିତ କରିବା ପାଇଁ ଭାରତୀୟ ଜନତା ପାର୍ଟି ସମଗ୍ର ଦେଶରେ ସରକାରୀ ଟୀକାକରଣ କେନ୍ଦ୍ର ମାନଙ୍କରେ ‘କୋଭିଡ଼ ଭେକ୍ସିନ ହେଲ୍ପ ଡେସ୍କ’ ଚାଲୁ କରିବାର ଯୋଜନା ହାତକୁ ନେଇଛି। କୋଭିଡ଼…
Read More...

ନିର୍ମାଣାଧିନ ରାସ୍ତା ମଝିରେ ନଳକୂପ

ହରଭଙ୍ଗା : ବହୁପ୍ରତିକ୍ଷିତ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁକୁ ସଂଯୋଗ କରୁଥିବା ପୁରୁଣାକଟକ ଠାରୁ ଧଳପୁର ପର୍ଯ୍ୟନ୍ତ ନିର୍ମାଣଧିନଥିବା ପୂର୍ତବିଭାଗ  ରାସ୍ତା କାର୍ଯ୍ୟ ଆରମ୍ଭରୁ ଅନିୟମିତତା ମଧ୍ୟରେ ଚାଲିଥିବା…
Read More...

ବାଲେଶ୍ବର ବଳରାମଗଡି ଗୁଳିକାଣ୍ଡ ଘଟଣାରେ ୮ ଜଣଙ୍କୁ ଧରିଲା ପୁଲିସ

ବାଲେଶ୍ୱର : ବାଲେଶ୍ବର ଜିଲା ଚାନ୍ଦିପୁର ସାମୁଦ୍ରିକ ଥାନା ଅନ୍ତର୍ଗତ ନାଉପାଳଗଡିରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ମୁଖ୍ୟଅଭିଯୁକ୍ତଙ୍କ ସହ ୮ଜଣଙ୍କୁ ପୁଲିସ ଗିରଫ କରିଥିବା ଏସପି ସୁଧାଂଶୁ ଶେଖର ମିଶ୍ର ସୂଚନା…
Read More...

ଡିଆର୍‌ସିଏସଙ୍କ ଗୁପ୍ତ ବୈଠକକୁ ବିରୋଧ, ଘେରିଲେ ଚାଷୀ

ରେଙ୍ଗାଲିକ୍ୟାମ୍ପ : ଆଜି ଅତାବିରା କୃଷି ସୂଚନା କାର୍ଯ୍ୟାଳୟରେ ପେକ୍ସ ସମ୍ପାଦକଙ୍କୁ ନେଇ ଡିଆର୍‌ସିଏସ ଭକ୍ତବନ୍ଧୁ ସାହୁ, ଏଆର୍‌ସିଏସ ଗଜେନ୍ଦ୍ର ପଣ୍ଡା, ଏଇଓ ସରୋଜ ମେହେର ଓ ରବୀନ୍ଦ୍ର ପଣ୍ଡା ବନ୍ଦ ଗୃହରେ ଏକ ଗୁପ୍ତ…
Read More...

ପିପିଲି ଉପନିର୍ବାଚନ ପ୍ରସ୍ତୁତି ସମୀକ୍ଷା ବୈଠକ

ପିପିଲି : ଆସନ୍ତା ଅପ୍ରେଲ ୧୭ ତାରିଖରେ ହେବାକୁ ଯାଉଥିବା ପିପିଲି ଉପନିର୍ବାଚନ ପାଇଁ ପିପିଲି ବ୍ଲକ ସମ୍ମିଳନୀ କକ୍ଷରେ ଉପନିର୍ବାଚନ ସଂପର୍କିତ ଚୁଡାନ୍ତ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓ…
Read More...

ବିଜେପିର ଜିଲା କାର୍ଯ୍ୟକାରିଣୀ ବୈଠକ ; ରାଜ୍ୟ ସରକାରଙ୍କୁ କଡା ସମାଲୋଚନା  

ନବରଙ୍ଗପୁର : ସ୍ଥାନୀୟ ବୈଭବ କଲ୍ୟାଣ ମଣ୍ଡପଠାରେ ଭାରତୀୟ ଜନତା ପାର୍ଟିର ନୂତନ କମିଟିର ପ୍ରଥମ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ ଅଧ୍ୟକ୍ଷତାକରି ସ୍ୱାଗତ…
Read More...