ଅଷ୍ଟ୍ରେଲିଆ ଯିବେ ରୋହିତ ଶର୍ମା

ଟେଷ୍ଟ୍ ଦଳରେ ସାମିଲ

ନୂଆଦିଲ୍ଲୀ : ଭାରତର ଅଷ୍ଟ୍ରେଲିଆ ଗସ୍ତକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି ।ଅଷ୍ଟ୍ରେଲିଆ ସହ ହେବାକୁ ଥିବା​‌ ମ୍ୟାଚ ପାଇଁ ଭାରତୀୟ କ୍ରିକେଟ୍ ଦଳରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ଜାନୁଆରୀରେ ଦଳର ଅଧିନାୟକ ବିରାଟ କୋହଲି ପିତା ହେବାକୁ ଯାଉଥିବାରୁ ଏହି ଶୁଭ ମୁହୂର୍ତ୍ତରେ ସେ ତାଙ୍କ ଗର୍ଭବତୀ ସ୍ତ୍ରୀ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ରହିବାକୁ ଚାହୁଁଛନ୍ତି । ତେଣୁ ଉଭୟ ଦଳ ମଧ୍ୟରେ ଆଡିଲେଡରେ ହେବାକୁ ଥିବା ପ୍ରଥମ ଟେଷ୍ଟ ପରେ ବିରାଟ ଘରକୁ ଫେରିବେ। ଡିସେମ୍ବର ୧୭ ରୁ ୨୧ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟେଷ୍ଟ ମ୍ୟାଚ୍ ଦିବାରାତ୍ରି ଟେଷ୍ଟ ମ୍ୟାଚ୍ ହେବ। ତେବେ ନୂଆ ଟେଷ୍ଟ ସ୍କ୍ୱାଡ୍ ଅନୁଯାୟୀ, ଟେଷ୍ଟ ଦଳରେ ରୋହିତଙ୍କୁ ସାମିଲ୍‌ କରାଯାଇଛି। ରୋହିତଙ୍କୁ ଦିନିକିଆ ଓ ଟି-୨୦ ଦଳରେ ସାମିଲ୍ କରାଯାଇନାହିଁ। କାରଣ ରୋହିତଙ୍କୁ ସୀମିତ ଓଭର ସିରିଜ୍ ପାଇଁ ବିଶ୍ରାମ ଦିଆଯାଇଛି। କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାଣେ ଟେଷ୍ଟ ଟିମରେ ନେତୃତ୍ୱ ନେବେ।

Comments are closed.