ଜୋକୋଭିକଙ୍କୁ ଅଷ୍ଟ୍ରେଲିଆନ ଓପନ ଟାଇଟଲ

ମେଲବୋର୍ଣ୍ଣ : ସର୍ବିଆର ନୋଭାକ ଜୋକୋଭିକ ପୁଣି ଥରେ ଚମତ୍କାର ପ୍ରଦର୍ଶନ କରି ୨୦୨୦ର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ ଓପନ ଟାଇଟଲ ହାସଲ କରିଛନ୍ତି । ସେ ଅଷ୍ଟ୍ରିଆର ଡୋମିନିକ ଥିଏମଙ୍କୁ ୬-୪,୪-୬,୨-୬,୬-୪ ସେଟରେ ହରାଇ ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲସ୍‍ ଟାଇଟଲ ହାସଲ କରିଛନ୍ତି । ଏହା ହେଉଛି ତାଙ୍କର ଅଷ୍ଟମ ଅଷ୍ଟ୍ରେଲିଆନ ଓପନ ଟାଇଟଲ । ଏହା ସହିତ ସେ ମୋଟ ୧୭ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି।
ପ୍ରଥମ ସେଟ ଜିତିବା ପରେ ସେ ପରବର୍ତ୍ତି ଦୁଇଟି ସେଟରେ ପରାସ୍ତ ହୋଇଥିଲେ । କିନ୍ତୁ ଶେଷରେ ଚମତ୍କାର ଖେଳ ପ୍ରଦର୍ଶନ କରି ସେ ବିଜୟ ହାସଲ କରିଥିଲେ। ସେମିଫାଇନାଲରେ ଜୋକୋଭିକ ରୋଜର ଫେଡେରରଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ ।

Comments are closed.