୨ୟ ଦିନିକିଆ: ଟସ୍‌ ଜିତି ଅଷ୍ଟ୍ରେଲିଆର ଫିଲ୍ଡିଂ ନିଷ୍ପତ୍ତି, ଭାରତର ବ୍ୟାଟିଂ

ରାଜକୋଟ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାର ୨ୟ ଦିନିକିଆ ଆରମ୍ଭ ହେବାକୁ ଥିବାବେଳେ ଅଷ୍ଟ୍ରେଲିଆ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ବିରାଟ ବାହିନୀ ପ୍ରଥମେ ବ୍ୟାଟିଂ କରିବ। ଗୁଜରାଟର ରାଜକୋଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି। ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟ ଲାଭ କରି ଦୃଢ଼ ସ୍ଥିତିରେ ରହିଛି। ଅନ୍ୟପଟେ ୨ୟ ମ୍ୟାଚଟି ଟିମ୍‌ ଇଣ୍ଡିଆ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି। ଭାରତ ଏହି ମ୍ୟାଚରେ ବିଜୟୀ ହେଲେ ଶେଷ ମ୍ୟାଚଟି ନିର୍ଣ୍ଣାୟକ ହୋଇପାରିବ। ଅଷ୍ଟ୍ରେଲିଆ ବିଜୟୀ ହେଲେ ଗୋଟିଏ ମ୍ୟାଚ ପୂର୍ବରୁ କଙ୍ଗାରୁ ଦଳ ସିରିଜି ହାତେଇନେବ।

Comments are closed.