ଅଷ୍ଟ୍ରେଲିଆକୁ ୬ଷ୍ଠ ବିଶ୍ବକପ ଟ୍ରଫି

ଅଷ୍ଟ୍ରେଲିଆ ପ୍ରଥମ ଥର ଟ୍ବେଣ୍ଟି୨୦ ବିଶ୍ବକପ ଜିତିବା ସହିତ ୬ଷ୍ଠ ବିଶ୍ବକପ ଟ୍ରଫି ହାସଲ କରିଛି। ଏହାସହ ଅଷ୍ଟ୍ରେଲିଆ ଆଇସିସି ପ୍ରତିଯୋଗିତାର ୮ମ ଟ୍ରଫି ହାସଲ କରିଛି। ୧୯୮୭ରେ ଅଷ୍ଟ୍ରେଲିଆ ଭାରତରେ ଦିନିକିଆ ବିଶ୍ବକପର ୪ର୍ଥ ସଂସ୍କରଣ ଜିତିଥିଲା। ଅଷ୍ଟ୍ରେଲିଆର ଏହା ପ୍ରଥମ ଆଇସିସି ଟ୍ରଫି ଥିଲା। ପରେ ୧୯୯୯, ୨୦୦୩ ଓ ୨୦୦୭ରେ କ୍ରମାଗତ ଭାବେ ୩ ଥର ଦିନିକିଆ ବିଶ୍ବକପ ଜିତିଥିଲା। ୨୦୧୫ରେ ଦଳ ୫ମ ଥର ଦିନିକିଆ ବିଶ୍ବକପ ଜିତିଥିଲା। ଏହା ୨୦୦୬ରେ ପ୍ରଥମ ଥର ପାଇଁ ଆଇସିସି ଚମ୍ପିଆନ୍‌ସ ଟ୍ରଫି ଜିତିଥିଲା। ଚମ୍ପିଆନ୍‌ସ ଟ୍ରଫି ଭାରତରେ ହିଁ ପ୍ରଥମଥର ଜିତିଥିଲା। ୨୦୦୯ରେ ୨ୟ ଥର ଚମ୍ପିଆନ୍‌ସ ଟ୍ରଫି ଜିତିଥିଲା। କଙ୍ଗାରୁ ଦଳ ୬ଥର ବିଶ୍ବକପ ଟ୍ରଫି ଓ ୨ ଥର ଚମ୍ପିଆନ୍‌ସ ଟ୍ରଫି ଜିତିବାରେ ସଫଳ ହୋଇଛି।

Comments are closed.